ଏ କି ପ୍ରକାର ରାଜନୀତି, ଷ୍ଟେଜ୍ ଉପରେ ସାଂସଦ ଓ ରାଜ୍ୟ ମନ୍ତ୍ରୀ ହାତାହାତି

କେନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକ ରାଜନୀତିରେ ଅଜବ ଦୃଶ୍ୟ । ଷ୍ଟେଜ୍ ଉପରେ ସାଂସଦ ଓ ରାଜ୍ୟ ମନ୍ତ୍ରୀ ହାତାହାତି । ରାମନଗରରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ନେଇ କଂଗ୍ରେସ ସାଂସଦ ଡିକେ ସୁରେଶ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ସିଏନ ଅଶ୍ୱତ୍ଥନାରାୟଣଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଉଭୟେ ଷ୍ଟେଜ ମଝିକୁ ଯାଇ ପରସ୍ପର ସହ ଯୁକ୍ତିତର୍କ ଓ ହାତାହାତି ହୋଇଥିଲେ ।
ଉଭୟଙ୍କ ସମର୍ଥନ ମଧ୍ୟ ମାଡ଼ି ଯାଇଥିଲେ । ତେବେ ପୋଲିସ ଓ ଆୟୋଜକ ସେମାନଙ୍କୁ ବୁଝାଇବା ସହ ଅଲଗା କରିଥିଲେ । ଏମିତି ଘଟଣା ଘଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଷ୍ଟେଜ ଉପରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଓ ଏକ କାର୍ଯ୍ୟକ୍ରମରେ ଦୁଇ ଜନପ୍ରତିନିଧିଙ୍କ ଏଭଳି ଆଚରଣକୁ ସମସ୍ତେ ନାପସନ୍ଦ କରିଛନ୍ତି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।