ସାଂସଦ ମୁଖତାର ଅସାଂରୀକୁ ୧୦ ବର୍ଷ ଜେଲ୍ ଓ ୫ ଲକ୍ଷ ଜରିମାନା, ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ୍
ବାହୁବଳୀ ନେତା ମୁଖତାର୍ ଅନସାରୀ ଓ ତା’ର ଭାଇ ଅଫଜଲ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ଗାଜିପୁର ଏମପି-ଏମଏଲଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ ଶନିବବାର କୋର୍ଟ ମୁଖତାରକୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୫ ଲକ୍ଷ ଜରିମାନା ଓ ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି । ଏହା ସହ ଅଫଜଲକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି ।
ଲକ୍ଷ୍ନୌ : ବାହୁବଳୀ ନେତା ମୁଖତାର୍ ଅନସାରୀ ଓ ତା’ର ଭାଇ ଅଫଜଲ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ଗାଜିପୁର ଏମପି-ଏମଏଲଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ ଶନିବବାର କୋର୍ଟ ମୁଖତାରକୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୫ ଲକ୍ଷ ଜରିମାନା ଓ ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି । ଏହା ସହ ଅଫଜଲକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି ।
ଯାଇପାରେ ସାଂସଦ ସଦସ୍ୟତା
ବସପା ସାଂସଦ ଅଫଜଲ ଅନସାରୀ ଓ ପୂର୍ବ ବିଧାୟକ ମୁଖତାର ଅଂସାରୀ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟ ମାମଲାରେ ଶନିବାର ରାୟ ମିଳିଥିଲା । ଗାଜିପୁର ଏମପି-ଏମଏଲଏ କୋର୍ଟ ଜେଲରେ ଥିବା ମାଫିଆ ମୁଖତାର ଅଂସାରୀକୁ ଗ୍ୟାଙ୍ଗଷ୍ଟାର ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଓ ୫ ଲକ୍ଷ ଜରିମାନା ଦେଇଛନ୍ତି । କୃଷ୍ଣାନନ୍ଦ ରାୟ ହତ୍ୟା ମାମଲାରେ ମୁଖତାର ଓ ଅଫଜଲ ବିରୋଧରେ ରାୟ ଶୁଣା ଯାଇଥିଲା । ଏହି ମାମଲାରେ ଯଦି ଅଫଜଲକୁ ୨ ବର୍ଷ ଜେଲ ହୁଏ ତେବେ ତା’ର ସାଂସଦ ପଦ ରଦ୍ଦ ହୋଇପାରେ ।
ପ୍ରକାଶଯୋଗ୍ୟ, ଗ୍ୟାଙ୍ଗଷ୍ଟାରରୁ ରାଜନେତା ବନିଥିବା ମୁଖତାର ଅନସାରୀ ଓ ତା’ର ଭାଇ ଅଫଜଲ ଅନସାରୀ ଦ୍ୱାରା ୨୦୦୫ ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ ଜଣଙ୍କ ହତ୍ୟା ମାମଲାରେ ଜଡିତ ଥିଲେ ।