ଦାନ୍ତେୱାଡ଼ା ଆକ୍ରମଣର ମାଷ୍ଟରମାଇଣ୍ଡ ସୋଢୀ ହିଡମ୍ମା ଫଟୋ ଜାରି, ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

ଗୁରୁବାର ଦାନ୍ତେୱାଡାର ଅରଣପୁର ଠାରେ ମାଓବାଦୀଙ୍କ ବିସ୍ପୋରଣରେ ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ନିହତ ହୋଇଥିଲେ। ମାଓ ସଙ୍ଗଠନକୁ ସୁଦୃଢ କରିବା ଏବଂ ଜଙ୍ଗଲରେ ଗରିଲା ୱାର ସଫଳ କରିବାରେ ମାହୀର ଜଗଦୀଶ।

କେନ୍ୟୁଜ୍(ବ୍ୟୁରୋ): ଦାନ୍ତେୱାଡ଼ାର ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ସୋଢୀ ହିଡମ୍ମା ଓରଫ ଜଗଦୀଶର ଫଟୋ ଜାରି। ଦରଭା ଡିଭିଜନ କମିଟିର କଟେ କଲ୍ୟାଣ ଏରିଆ କମିଟି ସଚିବ ଜଗଦୀଶ। ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଗୁରୁବାର ଦାନ୍ତେୱାଡାର ଅରଣପୁର ଠାରେ ମାଓବାଦୀଙ୍କ ବିସ୍ପୋରଣରେ ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ନିହତ ହୋଇଥିଲେ।

ମାଓ ସଙ୍ଗଠନକୁ ସୁଦୃଢ କରିବା ଏବଂ ଜଙ୍ଗଲରେ ଗରିଲା ୱାର ସଫଳ କରିବାରେ ମାହୀର ଜଗଦୀଶ। ଏବେବି ମାଓ ନେତା ଜଗଦୀଶ ଅରଣପୁର ଜଙ୍ଗଲରେ ଲୁଚି ରହିଥିବା ପୋଲିସ ସୂଚନା ଦେଇଛି। ଜଗଦୀଶ ର ଫଟୋ ପଦାକୁ ଆସିବା ପରେ ପୋଲିସ ତାକୁ ଧରିବାରେ ବେଶ୍‌ ସହାୟକ ହେବ।

Leave A Reply

Your email address will not be published.