ଆଜି ପବିତ୍ର ଶନି ଓଷା

ପବିତ୍ର ଶନି ଓଷା ଉପଲକ୍ଷେ ବାସୁଦେବପୁର ଠାରେ ଅନୁଷ୍ଠିତ ହୋଇଛି ଶନିଶ୍ଚର ମହାଯଜ୍ଞ , ଏନେଇ ହଜାର ହଜାର ଶ୍ରଦ୍ଧାଳୁ କଲେ ଜଳାଭିଷେକ

ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା | ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି | ଶନି ଦେବଙ୍କ ଶରଣ ନେଲେ ରୋଗ ,ଦୋଷ ,ପାପ ମୋଚନ ହୋଇଥାଏ | ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ ରହିଛି। ପ୍ରତିବର୍ଷ ଅନ୍ୟ ଦେବଦେବୀଙ୍କ ଭଳି ଶନିଦେବଙ୍କ ର ମଧ୍ୟ ପୂଜା କରାଯାଏ।

ଆଜି ହେଉଛି ଗ୍ରହରାଜ ଶନିଦେବଙ୍କ ପବିତ୍ର ଶନି ଓଷା ।ଏନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ବାସୁଦେବପୁର ଠାରେ ଶନିଶ୍ଚରଙ୍କ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାତଃ ସମୟରୁ ଏଠାରେ ଥିବା ଶନି ମହାଦେବଙ୍କ ମନ୍ଦିରରେ ଶନିଶ୍ଚରଙ୍କ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ କରାଯାଇଛି । ଶନିମହାଦେବଙ୍କ ନିକଟରେ ଜଳାଭିଷେକ ସହ ଦର୍ଶନ ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଭକ୍ତମାନେ ସ୍ଥାନୀୟ ବ୍ରାହ୍ମଣୀ ଶାଖା କେଲୁଅ ନଦୀରୁ ଜଳ ଆଣି ଶନିଦେବଙ୍କ ନିକଟରେ ଜଳାଭିଷେକ କରୁଛନ୍ତି । ଆଜିର ଦିନରେ ଶନିଦେବଙ୍କ ନିକଟରେ ଜଳାଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏପଟେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.