Below header

ଶନିଙ୍କ ବକ୍ରୀ ଗତିରେ ଏହି ୫ଟି ରାଶି ଉପରେ ପଡିବ ଖରାପ ପ୍ରଭାବ, ଏବେଠୁ ଜାଣିନେଇ ସତର୍କ ରୁହନ୍ତୁ

ଖୁବ ଶୀଘ୍ର ଶନିଦେବ କରିବେ ବକ୍ରୀ ଚଳନ । ଶନିଙ୍କ ବିପରିତ ଗତି ହେତୁ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନ ବଢ଼ିପାରେ ସମସ୍ୟା । ପ୍ରାୟ ୧୩୯ ଦିନ ପର୍ଯ୍ୟନ୍ତ ଏହି ପ୍ରଭାବ ଲୋକଙ୍କ ଉପରେ ରହିବ ।

ଗ୍ରହମାନଙ୍କର ପରିବର୍ତ୍ତନ ମଣିଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଅନେକ ସମୟରେ ଲାଭ ମିଳିଥିବା ବେଳେ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ସମୟମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ଅନେକ ଯୋଗ ପଡିଥାଏ ।

ତେବେ ମଣିଷ ଜୀବନରେ ଚିନ୍ତା ଏବଂ ସମସ୍ୟାରୁ ମୁକ୍ତ ରହିବାକୁ ଚାହେଁ । କିନ୍ତୁ ଗ୍ରହମାନଙ୍କର ଏଭଳି ଚଳଣୀ ଯୋଗୁଁ ନକାରାତ୍ମକ ଯୋଗ ଆପଣଙ୍କ ହସଖୁସି ଜୀବନରେ ସମସ୍ୟା ମାଡିବସେ । ଖାସ କରି ଶନି ଦେବ ଙ୍କ ସ୍ଥିତି ରେ ଲୋକ ମାନେ ବେଶୀ ଭୟ କରିଥାନ୍ତି । ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା | ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି | ଶନି ଦେବଙ୍କ ଶରଣ ନେଲେ ରୋଗ , ଦୋଷ , ପାପ ମୋଚନ ହୋଇଥାଏ | ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ ରହିଛି। ପ୍ରତିବର୍ଷ ଅନ୍ୟ ଦେବଦେବୀଙ୍କ ଭଳି ଶନିଦେବଙ୍କ ର ମଧ୍ୟ ପୂଜା କରାଯାଏ।

ତେବେ ନବଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ବକ୍ରୀ ଗତି ମାନେ ବିପରୀତ ଗତି କରିଥାନ୍ତି । ଏମିତିରେ 6ଟି ଗ୍ରହ ଯେଉଁ ଘରେ ଥାନ୍ତି ବକ୍ରୀ ଗତି ରେ ସେମାନେ ତାର ପୂର୍ବ ଘରକୁ ଚାଲି ଆସନ୍ତି । ତେବେ ଏହା ମଧ୍ୟ କିଛି ସମୟ ପାଇଁ ହୋଇଥାଏ । ଆଉ ଏହି ସମୟରେ ସମସତେ ପ୍ରାୟ ସତର୍କ ରହିବ ଉଚିତ । ଖାସ କରି ଶନି ଦେବ ବକ୍ରୀ ଗତି କଲେ ଲୋକଙ୍କୁ କର୍ମ ଅନୁଯାୟୀ ଫଳ ମିଳିଯାଏ ।

ପ୍ରାୟ ହିନ୍ଦୁ ଧର୍ମାବଲମ୍ବି ରାଶି, ନକ୍ଷେତ୍ର ଓ ଗ୍ରହ ଚଳନ ଉପରେ ଖୁବ୍‌ ବିଶ୍ୱାସ କରିଥାନ୍ତି । ବିଶ୍ୱାସ ରହିଛି ଯେ ଗ୍ରହ ଚଳନ ଦ୍ୱାରା ଆମର ଜୀବନଶୈଳିରେ ପରିବର୍ତ୍ତନ ଆସିଥାଏ । ଜୀବନରେ ଘଟୁଥିବା ଭଲ ମନ୍ଦ ଆଦି ଏହି ଗ୍ରହଚଳନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି କ୍ରମରେ ଜ୍ୟୋତିଶ ଶାସ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଏହି ଖବର ନିହାତି ଜରୁରୀ ।

ଖୁବ ଶୀଘ୍ର ଶନିଦେବ କରିବେ ବକ୍ରୀ ଚଳନ । ଶନିଙ୍କ ବିପରିତ ଗତି ହେତୁ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନ ବଢ଼ିପାରେ ସମସ୍ୟା । ପ୍ରାୟ ୧୩୯ ଦିନ ପର୍ଯ୍ୟନ୍ତ ଏହି ପ୍ରଭାବ ଲୋକଙ୍କ ଉପରେ ରହିବ । ଆମେ ସମସ୍ତେ ଜାଣିଛନ୍ତି ଶନି ହେଉଛନ୍ତି ନ୍ୟାୟର ଦେବତା । ତେଣୁ ଶନିଙ୍କ ପ୍ରତି ସମସ୍ତଙ୍କର ଭୟ ରହିଥାଏ । ଲୋକେ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅତି ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ।

ଜ୍ୟୋତିର୍ବିତଙ୍କ ମତ ରେ ଶନିଙ୍କ ବିପରିତ ଗତି ଯୋଗୁ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ସଂକଟ ଦେଖାଦେବ । ଶନିଙ୍କ ବିପରିତ ଗତି ୧୭ ଜୁନ୍‌ ରେ ହେବ । ଏହାର ପ୍ରଭାବ ନଭେମ୍ବର ୪ ପର୍ଯ୍ୟନ୍ତ ୫ ରାଶି ବ୍ୟକ୍ତିଙ୍କ ଜୀବନରେ ରହିବ ।

ଜ୍ୟୋତିର୍ବିତଙ୍କ ମତରେ ଜାଣି ନିଅନ୍ତୁ ସେହି ସବୁ ରାଶି ସମ୍ପର୍କରେ :

ମେଷ:
ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ ସମୟ ପର୍ଯ୍ୟନ୍ତ ଶନିଙ୍କ ବିପରିତ ଗତି ଯୋଗୁଁ ସଂକଟ ଆସିବାର ସମ୍ଭାବନା ରହିଛି । ଜ୍ୟୋତିର୍ବିତଙ୍କ ମତରେ ଏହି ସମୟ ମଧ୍ୟରେ ମେଷ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରବଳ ଧନ ହାନୀ ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ବଢ଼ିବାର ସମ୍ଭାବନା ରହିଛି ।

ବୃଷ:
ଏହି ରାଶିର ବ୍ୟକ୍ତିମାନେ ଚାକିରି କ୍ଷେତ୍ରରେ ସମସ୍ୟାରେ ପଡ଼ିପାରନ୍ତି । ସହଯୋଗୀଙ୍କଠାରୁ ଅସହଯୋଗ ପାଇ ଚିନ୍ତାରେ ପଡ଼ିପାରନ୍ତି । ଜ୍ୟୋତିର୍ବିତଙ୍କ ମତରେ ବ୍ୟବସାୟ କରୁଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ କ୍ଷତି ସହିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ ।

shani
P.C : patrika.com

କର୍କଟ:
କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଆଦୌ ଶୁଭ ସଙ୍କେତ ନୁହେଁ । ଶନି ବିପରିତ ଗତି ଏହି ରଶିର ଲୋକଙ୍କ ପାଇଁ ଆଣିବ ବଡ଼ ସମସ୍ୟା । ଧନ ହାନି ହେବ । ଲୋକଙ୍କ ସହ ଝଗଡ଼ା ହେବାର ସମ୍ଭାବନା ମଧ୍ୟ ରହିଛି । ଚିନ୍ତାଗ୍ରସ୍ତ ରହିବେ । ଯାହା ବି କରିବେ ଆପଣଙ୍କର ଭୁଲ ରହିବ ।

ତୁଳା:
ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ମଧ୍ୟ ଚାକିରି ସମସ୍ୟା ଦେଖାଦେବ । ଜ୍ୟୋତିର୍ବିତଙ୍କ ମତରେ ଚାକିରି କ୍ଷେତ୍ରରେ ସହଯୋଗୀଙ୍କଠାରୁ ଅସହଯୋଗ ପାଇବେ । ତେଣୁ ଅଧିକ ସଚେତନ ରହିବାକୁ ହେବେ । ବ୍ୟବସାୟୀମାନେ ମଧ୍ୟ ସତର୍କ ରହିବାକୁ ହେବ । ନଚେତ କ୍ଷତି ସହିବାର ସମ୍ଭାବନା ରହିଛି ।

କୁମ୍ଭ:
ଜ୍ୟୋତିର୍ବିତଙ୍କ ମତରେ ୧୭ ଜୁନ୍‌ ରାତି ପ୍ରାୟ ୧୦.୪୮ରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଆରମ୍ଭ ହେବ । ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ଏହି ସମୟରେ ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ଅସଫଳତା ମିଳିବାର ସମ୍ଭାବନା ରହିଛି । ଏମିତିକି ଆର୍ଥିକ କ୍ଷତି ସହିପାରନ୍ତି । ଯେଉଁ କାମ କରିବେ ତାହା ଅଧାରୁ ଅଟକିବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ, ମାନସିକ ଚିନ୍ତା ବଢ଼ିବ । କ୍ୟାରିୟରକୁ ନେଇ ଅଧିକ ଚିନ୍ତାରେ ରହିବେ । ଯେଉଁ କାର୍ଯ୍ୟ କରିବେ ପ୍ରଥମେ ଅସଫଳତା ମିଳିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.