ପେନସନ ବୃଦ୍ଧିକୁ ନେଇ ସରକାର ନେଲେ ବଡ ନିଷ୍ପତ୍ତି, କେବଳ ଏମାନେ ଉଠାଇପାରିବେ ଫାଇଦା

ପୁଣି ବଢ଼ିଲା ପେନସନ! କେନ୍ଦ୍ର ସରକାର ଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ପେନସନ୍‌ ବୃଦ୍ଧି କରନ୍ତି । ଯଦି ଆପଣ ମଧ୍ୟ ପେନସନ ବୃଦ୍ଧିକୁ ଅପେକ୍ଷା କରିଛନ୍ତି, ତେବେ ରାଜ୍ୟ ସରକାର ଏକ ବଡ଼ ଉପହାର ଦେଇଛନ୍ତି । 

ପେନସନଭୋଗୀଙ୍କ ପାଇଁ ଆସିଛି ଖୁସି ଖବର । କେନ୍ଦ୍ର ସରକାର ଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ପେନସନ୍‌ ବୃଦ୍ଧି କରନ୍ତି । ଯଦି ଆପଣ ମଧ୍ୟ ପେନସନ ବୃଦ୍ଧିକୁ ଅପେକ୍ଷା କରିଛନ୍ତି, ତେବେ ରାଜ୍ୟ ସରକାର ଏକ ବଡ଼ ଉପହାର ଦେଇଛନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ପେନସନ୍‌ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବର୍ଦ୍ଧିତ ପେନସନ କୁ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟ ସରକାର ଟ୍ରାଭେଲ ଅଲାଉନ୍ସ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାଣନ୍ତୁ କଣ ରହିଛି ପୁରା ଘଟଣା …

ସୂଚନା ଅନୁସାରେ ଛତିଶଗଡ଼ ସରକାର ବିଧାନସଭାରେ ଏକ ସଂଶୋଧନ ବିଲ୍ ପାରିତ କରିଛନ୍ତି । ଯେଉଁଥିରେ ପେନସନ ବୃଦ୍ଧି ଓ ଟ୍ରାଭେଲ ଅଲାଉନ୍ସ ବୃଦ୍ଧି କରାଯାଉଛି ବୋଲି କହିଛନ୍ତି । ଏହି ବିଲ୍ ଅନୁଯାୟୀ ପୂର୍ବତନ ବିଧାୟକଙ୍କ ପେନସନ ୩୫,୦୦୦ ରୁ ୫୮,୩୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏହି ବିଲ୍ ଅନୁଯାୟୀ ପୂର୍ବତନ ବିଧାୟକ ମଧ୍ୟ ସଦସ୍ୟତାର ପ୍ରଥମ କାର୍ଯ୍ୟକାଳ ମାନେ ପାଞ୍ଚ ବର୍ଷରୁ ଅଧିକ କାର୍ଯ୍ୟକାଳ ପରେ ପ୍ରତି ବର୍ଷ ପାଇଁ ମାସକୁ ଏକ ହଜାର ଟଙ୍କା ଅତିରିକ୍ତ ପେନସନ ପାଇବାକୁ ହକଦାର ହେବେ।

ଏହା ସହିତ ବିଲରୁ ସୂଚନା ମିଳିଛି ଯେ ବର୍ତ୍ତମାନ ସମୟରେ ରେଲୱେ ବା ବିମାନ ଯାତ୍ରା ପାଇଁ ଏହି ଭତ୍ତା ବାର୍ଷିକ ୮ ଲକ୍ଷ ଟଙ୍କା ମିଳୁଥିଲା । ଏଥି ସହିତ ବର୍ତ୍ତମାନ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ବିଧାୟକଙ୍କ ପାଇଁ ଏହି ଭତ୍ତା ବାର୍ଷିକ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ପୂର୍ବତନ ବିଧାୟକ ମାନେ ୧୦,୦୦୦ ଟଙ୍କା ଟେଲିଫୋନ୍ ଭତ୍ତା ପାଇବେ ଓ Orderly Allowance ମଧ୍ୟ ୧୫,୦୦୦ ଟଙ୍କା ହେବ । ରାଜ୍ୟ ନେଇଥିବା ଏହି ନିଷ୍ପତ୍ତି ପରେ ସରକାରଙ୍କୁ ୧୬.୯୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ । ଗତ ବର୍ଷ ଜୁଲାଇରେ ବିଧାନସଭା ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ୍ ପାରିତ କରି ବାର୍ଷିକ ୬.୮୧ କୋଟି ଟଙ୍କା ଭାର ବହନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.