କଣ ଆପଣ ବି ରାତିରେ ଅନ୍‌ କରି ରଖୁଛନ୍ତି WiFi ? ତାହେଲେ ଆପଣ ଭୋଗିପାରନ୍ତି ଏହି ଗମ୍ଭୀର ସମସ୍ୟା

ବୈଜ୍ଞାନିକ ରାତିରେ ଓ୍ଵାଇଫାଇର ବ୍ୟବହାରକୁ ନେଇ ବଡ ଚେତାବନି ଦେଇଛନ୍ତି । ଯାହାକୁ ଆପଣ ନିହାତି ଭାବେ ଜାଣିବା ଉଚିତ ।

କରୋନା ମହାମାରୀ ପରଠାରୁ ସାରା ଦେଶରେ ଇଣ୍ଟରନେଟର ବ୍ୟବହାର ବହୁତ ଅଧିକ ବଢ଼ିଯାଇଛି । ବହୁତ ଲୋକ ଏବେ ପର୍ଯ୍ୟନ୍ତ ବି ଓ୍ଵାର୍କ ଫ୍ରମ ହୋମ କରୁଛନ୍ତି । ଯେଉଁ କାରଣରୁ ଘରେ ଓ୍ଵାଇପାଇ ଲଗାଇଛନ୍ତି । ଆଉ ଏହି ଓ୍ଵାଇଫାଇ ସିଷ୍ଟମ ସାରା ରାତି ବି ବେଳେବେଳେ ଅନ୍‌ ହୋଇ ରହିଥାଏ । ଯାହାଫଳରେ ଏହାର ଇଲେକ୍ଟ୍ରୋମ୍ୟାଗନେଟ ତରଙ୍ଗ ଘରସାରା ଖେଳି ହୋଇରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ କେତେ କ୍ଷତି ପହଁଚାଉଛି । ବୈଜ୍ଞାନିକ ରାତିରେ ଓ୍ଵାଇଫାଇର ଏହି ବ୍ୟବହାରକୁ ନେଇ ବଡ ଚେତାବନି ଦେଇଛନ୍ତି । ଯାହାକୁ ଆପଣ ନିହାତି ଭାବେ ଜାଣିବା ଉଚିତ ।

ଏକ୍ସପର୍ଟଙ୍କ ମୁତାବକ ଓ୍ଵାଇଫାଇ ରାଉଟରରୁ ଅନେକ ପ୍ରକାରର ରେଡିଏସନ୍‌ େଓ୍ଵଭସ୍‌ ବାହାରିଥାଏ । ଏହି ତରଙ୍ଗକୁ ଇଲେକ୍ଟ୍ରୋମ୍ୟାଗନେଟ େଓ୍ଵଭସ କୁହାଯାଏ । ଏହି ତରଙ୍ଗ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଲୋକଙ୍କ ଠାରେ ବ୍ଲଡପ୍ରେସର, ଅନିଦ୍ରା ଏବଂ ଡିପ୍ରେସନ ସମସ୍ୟା ବଢ଼ିଚାଲିଛି । ଇଣ୍ଟରନେଟର ଅଧିକ ବ୍ୟବହାର ଏବଂ ତାର ରାଉଟରରୁ ବାହାରୁଥିବା ଇଲେକ୍ଟ୍ରାମ୍ୟାଗନେଟ ତରଙ୍ଗ ନିଦ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି କାରଣରୁ ଲୋକଙ୍କ ଠାରେ ନିଦ୍ରା ହୀନତା ସମସ୍ୟା ବଢ଼ୁଛି ।

ଡାକ୍ତରଙ୍କ କହିବା କଥା ଯେ ଓ୍ଵାଇଫାଇରୁ ବାହାରୁଥିବା ରେଡିଏସନ େଓ୍ଵଭସ ଲୋକଙ୍କ ଠାରେ ମାନସିକ ରୋଗ ବି କରାଇଥାଏ । ଏହାଦ୍ୱାରା ଏଥିରେ ଅଲଜାଇମରର ସମସ୍ୟା ମଧ୍ୟ ହୋଇଥାଏ । କେବଳ ଏତିକି ନୁହେଁ ଇଣ୍ଟରନେଟର ଅଧିକ ବ୍ୟବହାର ଦ୍ୱାରା ଲୋକଙ୍କର ସ୍ମରଣ ଶକ୍ତି କ୍ଷମତାରେ ଖରାପ ପ୍ରଭାବ ପଡିଥାଏ । ଯେଉଁ କାରଣରୁ ଛୋଟ ଛୋଟ କଥାକୁ ମଧ୍ୟ ଭୁଲିବାକୁ ଲାଗନ୍ତି ।

ଆଇଟି ଏକ୍ସପର୍ଟଙ୍କ କହିବାନୁଯାୟୀ ରେଡିଏସନ ଠାରୁ ରକ୍ଷା ପାଇବା ପାଇଁ ରାତି ସମୟରେ ଓ୍ଵାଇଫାଇକୁ ବନ୍ଦ କରିଦେବା ଉଚିତ । ଏପରି କରିବା ଦ୍ୱାରା ନା କେବଳ ଇଲେକ୍ଟ୍ରୋମ୍ୟାଗନେଟ େଓ୍ଵଭସର ଦୁଷପ୍ରଭାବରୁ ନିଜକୁ ରକ୍ଷା କରାଯାଇହେବ ବରଂ ବିଜୁଳି ବିଲ ମଧ୍ୟ କମ୍‌ କରିହେବ । ଏହି ଉପାୟ କରିବା ଦ୍ୱାରା ରାତିରେ ନିଦ ମଧ୍ୟ ଭଲ ହୋଇଥାଏ ଏବଂ ଅନେକ ରୋଗ ଠାରୁ ବି ରକ୍ଷା ପାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.