କିସ୍ ବୁଲି ଦେଖିବା ପରେ ଅନେକ କିଛି ଶିଖିଲି, କିସ୍ ଏକ ସାଧାରଣ ପ୍ରୟାସ ନୁହେଁ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
କିସ୍ ବୁଲି ଦେଖିବା ପରେ ହେମନ୍ତ ସୋରେନ୍ କହିଥିଲେ,ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ଝାଡ଼ଖଣ୍ଡରେ କିସ୍ ଭଳି ଏକ ଅନୁଷ୍ଠାନ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ।
ଭୁବନେଶ୍ବର(କେନ୍ୟୁଜ୍): କିସ୍ ବୁଲି ଦେଖିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ସେ କହିଛନ୍ତି, କିସ୍ ବୁଲି ଦେଖିଲି ଓ ଅନେକ କିଛି ଶିଖିଲି । କିସ୍ ଛାତ୍ରଛାତ୍ରୀଙ୍କୁ ଉଦବୋଧନରେ କହିଥିଲେ, କିସ୍ ଏକ ସାଧାରଣ ପ୍ରୟାସ ନୁହେଁ । ଏଥିପାଇଁ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ଝାଡ଼ଖଣ୍ଡରେ କିସ୍ ଭଳି ଏକ ଅନୁଷ୍ଠାନ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ହେମନ୍ତ ସୋରେନ୍ କହିଥିଲେ, ଝାଡ଼ଖଣ୍ଡରେ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ନକ୍ସଲ ସମସ୍ୟା ଓ ଜନଜାତିଙ୍କ ବହୁ ସମସ୍ୟାର ସମାଧାନ ହୋଇପାରିବ । ଝାଡ଼ଖଣ୍ଡର ଜନଜାତି ସମ୍ପ୍ରଦାୟ ଲୋକଙ୍କୁ କିପରି ବିକାଶ ଧାରାରେ ସାମିଲ କରାଯାଇପାରିବ ସେଥିପାଇଁ କିସ୍ ମାର୍ଗଦର୍ଶନ କରିବ ।
ହେମନ୍ତ ସୋରେନ ଆହୁରି କହିଥିଲେ, ଝାଡ଼ଖଣ୍ଡରେ ଶିକ୍ଷା କ୍ଷେତ୍ରରେ କିସ୍ ଭଳି ବାତାବରଣ ସୃଷ୍ଟି ନିମନ୍ତେ କିସ୍ ଓ ଡକ୍ଚର ସାମନ୍ତ ସାହାଯ୍ୟ କରିବେ । ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ହେମନ୍ତ ସୋରେନ୍ କହିଥିଲେ । ବ୍ୟକ୍ତିଗତ ଭାବେ କିସ୍କୁ ତାଙ୍କର ଏକ ମାସର ଦରମା ଦାନ କରିବା ପାଇଁ ଘୋଷଣା କରିଥିଲେ ହେମନ୍ତ ସୋରେନ୍ । ତାଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ୍ କିସରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଦେଖି ଅଭିଭୂତ ହୋଇପଡ଼ିଥିଲେ ।
ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ ସୁଖଦେବ ସିଂହ କହିଥିଲେ, କିସ୍ ଏକ ଅନୁଷ୍ଠାନ ନୁହେଁ । ଏକ ସାମ୍ରାଜ୍ୟ । କିସ୍ର ପ୍ରୟୋଗ ଝାଡ଼ଖଣ୍ଡରେ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ ଝାଡ଼ଖଣ୍ଡ ମୁଖ୍ୟ ସଚିବ । କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଚୌବେ, ବ୍ୟକ୍ତିଗତ ସଚିବ ସୁନୀଲ କୁମାର ଶ୍ରୀବାସ୍ତବଙ୍କ ସମେତ କିସ୍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।