Below header

ମୁମ୍ବାଇ: ୮ ମାସ ପରେ ଚୀନର ଗୁପ୍ତଚର ପାରାକୁ ମୁକ୍ତ କଲା ପୋଲିସ

ଚୀନ ଦ୍ୱାରା ପଠାଯାଇଥିବା ଏକ ସନ୍ଦିଗ୍ଧ ଗୁପ୍ତଚର ପାରାକୁ ୮ ମାସ ପରେ ମୁକ୍ତ କରାଯାଇଛି । ପାରାଟିକୁ ମୁମ୍ବାଇର ଏକ ପଶୁ ଚିକିତ୍ସାଳୟରେ ରଖାଯାଇଥିଲା । ଏବେ ଏହାକୁ ଛାଡ଼ି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଚୀନ ଦ୍ୱାରା ପଠାଯାଇଥିବା ଏକ ସନ୍ଦିଗ୍ଧ ଗୁପ୍ତଚର ପାରାକୁ ୮ ମାସ ପରେ ମୁକ୍ତ କରାଯାଇଛି । ପାରାଟିକୁ ମୁମ୍ବାଇର ଏକ ପଶୁ ଚିକିତ୍ସାଳୟରେ ରଖାଯାଇଥିଲା । ଏବେ ଏହାକୁ ଛାଡ଼ି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଆର୍‌ସିଏଫ୍‌ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଏଠାରେ ପରେଲ ଅଞ୍ଚଳରେ ଥିବା ବାଇ ସକରବାଇ ଦିନଶା ପେଟିଟ୍‌ ହସ୍ପିଟାଲ ଫର୍‌ ଆନିମଲ୍ସ ପାରାଟିକୁ ଛାଡ଼ି ଦେବା ପାଇଁ ପୋଲିସଠାରୁ ଅନୁମତି ମାଗିଥିଲା । ପୋଲିସ ଅନୁମତି ଦେବା ପରେ ମଙ୍ଗଳବାର ଏହି ପାରାକୁ ମୁକ୍ତ କରାଯାଇଛି ।

ଗତବର୍ଷ ମେ’ରେ ଆର୍‌ସିଏଫ୍‌ ପୋଲିସ ଉପନଗରୀୟ ଚେମ୍ବୁରର ପୀର ପାଉ ଜେଟ୍ଟୀରେ ଏହି ସନ୍ଦିଗ୍ଧ ଗୁପ୍ତଚର ପାରାକୁ ଧରିଥିଲା । ପୋଲିସ କହିଥିଲା ଯେ ପାରାର ପଞ୍ଝାରେ ଦୁଇଟି ରିଙ୍ଗ୍‌ ବନ୍ଧା ହୋଇଥିଲା । ସେଥିରୁ ଗୋଟିଏ ତମ୍ବା ଏବଂ ଅନ୍ୟଟି ଆଲୁମିନିୟମ୍‌ର ଥିଲା । ଏହାର ଦୁଇଟି ଡେଣାର ତଳ ଭାଗରେ ଚୀନ ଭାଷା ଭଳି ଲିପିରେ କିଛି ବାର୍ତ୍ତା ଲେଖା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.