ଫେବୃଆରୀ ୬ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ ।

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ୬ରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବେ । ୭ରେ ରାଉରକେଲା କାର୍ଯ୍ୟକ୍ରମରେ ଯୋଗଦେବେ । ସୁନ୍ଦରଗଡ଼ରେ ଜନସଭା ଓ ଝାରସୁଗୁଡ଼ାରେ ରାତ୍ର ରହଣି କରିବେ । ୮ତାରିଖ ସକାଳେ ଜନସାଧାରଣଙ୍କୁ ଭେଟିବେ ରାହୁଲ। ଏହାପରେ ବେଲ ପାହାଡ଼ରେ କାର୍ଯ୍ୟକ୍ରମ ରହିଛି l କନକତାର ପରେ ଛତିଶଗଡ ଯିବେ ରାହୁଲ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇଥିବା ବେଳେ ମୋଟ ୬ ହଜାର ୭୧୩ କିଲୋମିଟର ଅତିକ୍ରମ କରି ମହାରାଷ୍ଟ୍ରରେ ସରିବ । ୬୬ ଦିନରେ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ବୁଲିବେ କଂଗ୍ରେସ ନେତା ଓ କର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.