ଶାକାହାରୀ ଲୋକଙ୍କ ଶରୀରରେ ଅଭାବ ରହିଥାଏ ଏହି ଭିଟାମିନ୍, ଦୂର କରିବା ପାଇଁ ଖାଆନ୍ତୁ ଏହି ଜିନିଷ
ଭିଟାମିନ୍ B 12 କୁ ‘cyanocobalamin’ କୁହାଯାଏ । ଶରୀର ନିଜେ ଭିଟାମିନ୍ B 12 ଉତ୍ପାଦନ କରିପାରିବ ନାହିଁ, ଏହାକୁ ଡାଏଟ୍ ମାଧ୍ୟମରେ ଯୋଗାଇବାକୁ ପଡିବ । ଯଦି ଖାଇବା ପିଇବାରେ ଟିକିଏ ଅସାବଧାନତା ଥାଏ, ତେବେ ଶରୀରରେ ଭିଟାମିନ୍ B 12 ର ଅଭାବ ଆରମ୍ଭ ହୋଇଥାଏ ।

ଶରୀର ଖାଦ୍ୟ ଏବଂ ପାନୀୟରୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଏ । ସେଥିପାଇଁ କୁହାଯାଏ ଯେ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍ ନୁହେଁ । ଅନେକ ଥର ଶାକାହାରୀ ଲୋକଙ୍କ ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ହୋଇଥାଏ । ବିଶେଷକରି ଶାକାହାରୀ ଲୋକମାନଙ୍କଠାରେ ଭିଟାମିନ୍ B 12 କମ୍ ପରିମାଣରେ ମିଳିଥାଏ । ଆମ ମସ୍ତିଷ୍କ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ B 12 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶରୀରରେ ଡିଏନ୍ଏ ସିନ୍ଥେସିସ୍, ସେଣ୍ଟାଲ୍ ନର୍ଭ ସିଷ୍ଟମ୍ କୁ ଠିକ୍ ଭାବେ ଚଲାଇବା ଏବଂ ଏନର୍ଜି ଯୋଗାଇବା ପାଇଁ ଭିଟାମିନ୍ B 12 ଅତ୍ୟନ୍ତ ଜରୁରୀ ହୋଇଥାଏ । ଭିଟାମିନ୍ B 12 ର ଅଭାବ ହେତୁ ଥକ୍କାପଣ, କାର୍ଯ୍ୟରେ ଆଗ୍ରହ ନହେବା ଏବଂ ହାତ ଏବଂ ପାଦରେ ଝିମ୍ଝିମ୍ ଅନୁଭବ କରିବା ଆରମ୍ଭ ହୋଇପାରେ । ତେଣୁ ଆପଣ ଭିଟାମିନ୍ B 12 ରେ ଭରପୂର ଖାଦ୍ୟ ଗ୍ରହଣ କରିବା ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଆମ ଶରୀରରେ କିପରି ଭାବେ ଭିଟାମିନ୍ B 12 ଅଭାବ ପୂରଣ କରିବା ।
ସୂଚନା ମୁତାବକ, ଭିଟାମିନ୍ B 12 କୁ ‘cyanocobalamin’ କୁହାଯାଏ । ଶରୀର ନିଜେ ଭିଟାମିନ୍ B 12 ଉତ୍ପାଦନ କରିପାରିବ ନାହିଁ, ଏହାକୁ ଡାଏଟ୍ ମାଧ୍ୟମରେ ଯୋଗାଇବାକୁ ପଡିବ । ଯଦି ଖାଇବା ପିଇବାରେ ଟିକିଏ ଅସାବଧାନତା ଥାଏ, ତେବେ ଶରୀରରେ ଭିଟାମିନ୍ B 12 ର ଅଭାବ ଆରମ୍ଭ ହୋଇଥାଏ ।
ଜାଣନ୍ତୁ ଭିଟାମିନ୍ B 12 ଅଭାବକୁ କିପରି ଦୂର କରାଯିବ :
ଭିଟାମିନ୍ B 12 ର ଅଭାବକୁ ଦୂର କରିବା ପାଇଁ, ଆପଣ ଫଳ ଏବଂ ପନିପରିବା ଖାଇବା ଉଚିତ୍ । ଏହା ବ୍ୟତୀତ ଭିଟାମିନ୍ B 12ରେ ଦୁଗ୍ଧଜାତ ଦ୍ରବ୍ୟରେ ମିଳିଥାଏ । ଫଳ ମଧ୍ୟରେ ଆପଲ୍, ବନ୍ଧାକୋବି ଏବଂ କମଳା ଖାଇବା ଦ୍ୱାରା ଭିଟାମିନ୍ B 12 ମିଳିଥାଏ । ଏହା ବ୍ୟତୀତ ଡ୍ରାଏ ଫୁଡ୍ ଏବଂ ବାଦାମ ଖାଇବା ଦ୍ୱାରା ଭିଟାମିନ୍ B 12 ମିଳିଥାଏ । ତେବେ ଭଜା ହୋଇଥିବା ଚଣା ଖାଇବା ଦ୍ୱାରା ଭିଟାମିନ୍ B 12 ମିଳିପାରିବ । ମସ୍ରୁମ୍ ଖାଇବା ଦ୍ୱାରା ଭିଟାମିନ୍ B 12 ଅଭାବ ହୋଇନଥାଏ ।
ଭିଟାମିନ୍ B12 ଅଭାବର ଲକ୍ଷଣ :
ଯେତେବେଳେ ଭିଟାମିନ୍ B 12 ଅଭାବ ହୁଏ, ହାତ, ପାଦ ଏବଂ ପାଦରେ ଝିମ୍ଝିମ୍ ହେବା ଭଳି ଅନୁଭବ ହୋଇଥାଏ । ଭିଟାମିନ୍ B 12 ର ଅଭାବ ହେତୁ ପାଟି ଘାଆ ମଧ୍ୟ ହୋଇଥାଏ । ଏହା ବ୍ୟତୀତ ସ୍କିନ୍ ଡ୍ରାଏ୍ ମଧ୍ୟ ହୋଇପାରେ । ଯେତେବେଳେ ଭିଟାମିନ୍ B 12 ଅଭାବ ହୁଏ, ସେତେବେଳେ ଶରୀର କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ ହୋଇଥାଏ । ଭିଟାମିନ୍ B 12 ନନ୍ ଭେଜରେ ଅଧିକ ମିଳିଥାଏ । ଏହା ବ୍ୟତୀତ ଦୁଗ୍ଧଜାତ ଦ୍ରବ୍ୟରେ ଭିଟାମିନ୍ B 12 ମଧ୍ୟ ଭରପୂର ରହିଥାଏ । ସେଥିପାଇଁ ଯେଉଁମାନେ ନନ୍ ଭେଜ୍ ଖାଉ ନାହାନ୍ତି, ସେମାନେ ନିଜ ଖାଦ୍ୟରେ କ୍ଷୀର ଜାତୀୟ ଖାଦ୍ୟ ଗ୍ରହଣ କରିବା ଉଚିତ ।