ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚିମାର ମୃତ୍ୟୁ, ଲସ୍କର ଇଣ୍ଟେଲିଜେନ୍ସୀର ଥିଲା କମାଣ୍ଡର

ଲସକର-ଇ-ତୋଇବା ଗୁଇନ୍ଦା ମୁଖ୍ୟ ଆଜମ ଚିମାର ମୃତ୍ୟୁ । ପାକିସ୍ତାନର ଫୈଜଲାବାଦରେ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଓ ୨୦୦୬ ଜୁଲାଇରେ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାର ପ୍ରମୁଖ ଷଡଯନ୍ତ୍ରକାରୀ ହେଉଛି ଚିମା ।

୨୬/୧୧ ମୁମ୍ବାଇ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଲସକର-ଇ-ତୋଇବା ଗୁଇନ୍ଦା ମୁଖ୍ୟ ଆଜମ ଚିମାର ମୃତ୍ୟୁ । ପାକିସ୍ତାନର ଫୈଜଲାବାଦରେ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତାକୁ ୭୦ ବର୍ଷ ବୟସ ହୋଇଥିଲା । ଗତ କିଛି ମାସ ମଧ୍ୟରେ ଲସକର-ଇ-ତୋଇବାର କିଛି ଅପରେଟିଭଙ୍କୁ ସନ୍ଦେହଜନକ ଭାବେ ମୃତ୍ୟୁ କରାଯାଇଥିଲା । ତେଣୁ ଚିମାର ମୃତ୍ୟୁକୁ ନେଇ ପାକିସ୍ତାନର ଜିହାଦ ଗୋଷ୍ଠୀଙ୍କ ମଧ୍ୟରେ ନାନା ଆଲୋଚନା ହେଉଛି ।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଓ ୨୦୦୬ ଜୁଲାଇରେ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାର ପ୍ରମୁଖ ଷଡଯନ୍ତ୍ରକାରୀ ହେଉଛି ଚିମା । ଟ୍ରେନ ବିସ୍ଫୋରଣ ମାମଲାରେ ୧୮୮ ଲୋକଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୮୦୦ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ସନ୍ଧ୍ୟା ୬ଟା ୨୪ରେ ଆରମ୍ଭ ହୋଇଥିବା ବେଳେ ୬ଟା ୩୫ ମିନିଟ୍‌ରେ ବନ୍ଦ ହୋଇଥିଲା ।

୨୦୦୦ ମସିହା ପ୍ରାରମ୍ଭରେ ଚିମା ପାକିସ୍ତାନର ବାହାୱଲପୁରରେ ସେ ରହୁଥିଲା । ତାକୁ ଏକ ଲ୍ୟାଣ୍ଡ କ୍ରୁଇଜରରେ ୬ଜଣ ବଡିଗାର୍ଡଙ୍କ ସହ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ୨୦୦୮ରେ ସେ ବାହାୱଲପୁରରେ ଲସକର-ଇ-ତୋଇବା ପାଇଁ କମାଣ୍ଡର ଭାବେ କାମ କରୁଥିଲା । ଏଥିସହ ବିଭିନ୍ନ ସମୟରେ ସେ କରାଚୀ ଓ ଲାହୋର ଟ୍ରେନିଂ କ୍ୟାମ୍ପକୁ ଯାଉଥିଲା ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.