ରାଜନୀତି କରିବେ ନାହିଁ ଯୁବରାଜ, ସୋସିଆଲ ମିଡିଆରେ ଦେଲେ ସ୍ପଷ୍ଟୀକରଣ

ଯୁବରାଜ ସିଂହ ଏକ ପୋଷ୍ଟ କରି ଲେଖିଛନ୍ତି, ‘ତାଙ୍କର ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ । ଲୋକଙ୍କ ସେବା କରିବା ଏବଂ ସେମାନଙ୍କୁ ସହଯୋଗ କରିବା ତାଙ୍କ ପ୍ୟାସନ୍ । ସ୍ୱେଚ୍ଛାସେବୀ ସଙ୍ଗଠନ @YOUWECAN ଜରିଆରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ।’

ରାଜନୀତି ଲଢିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର ଯୁବରାଜ ସିଂ । କିଛିଦିନ ପୂର୍ବରୁ ଚର୍ଚ୍ଚା ଚାଲିଥିଲା କି, ଯୁବରାଜ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇଛନ୍ତି ଯୁବରାଜ ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଏକ ପୋଷ୍ଟ କରି ଲେଖିଛନ୍ତି, ‘ତାଙ୍କର ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ । ଲୋକଙ୍କ ସେବା କରିବା ଏବଂ ସେମାନଙ୍କୁ ସହଯୋଗ କରିବା ତାଙ୍କ ପ୍ୟାସନ୍ । ସ୍ୱେଚ୍ଛାସେବୀ ସଙ୍ଗଠନ @YOUWECAN ଜରିଆରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ।’


ଚର୍ଚ୍ଚା ଚାଲିଥିଲା କି, ବିଜେପି ବର୍ତ୍ତମାନ ସାଂସଦ ଥିବା ସନ୍ନି ଦେଓଲଙ୍କୁ ହଟାଇ ଗୁରୁଦାସପୁରରୁ ଯୁବରାଜ ସିଂହଙ୍କୁ ପ୍ରାର୍ଥୀ କରିବ । ନିତିନ ଗଡ଼କରୀଙ୍କ ସହ ଯୁବରାଜଙ୍କ ଏକ ବୈଠକ ପରେ ମିଡିଆରେ ଏହି ଖବର ଆସିଥିଲା । କିନ୍ତୁ ଯୁବରାଜ ଏହି ଖବର ଖଣ୍ଡନ କରିଛନ୍ତି ।

ଯୁବରାଜ ଟି୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡର ଦ୍ରୁତ ବୋଲତର ଷ୍ଟୁଆର୍ଟ ବ୍ରଡଙ୍କ ବଲକୁ ଲଗାତାର ୬ ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ । ବିଶ୍ୱକପ ୨୦୧୧ ସମୟରେ ଯୁବରାଜ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢୁଥିଲେ । ହେଲେ ଟୁର୍ଣ୍ଣାମେଣ୍ଟ ସମୟରେ ଏହି ବିଷୟରେ କେହି ଜାଣିନଥିଲେ ।  ସେ ଫୁସଫୁସ କ୍ୟାନସର ଭଳି ମାରାତ୍ମକ ରୋଗରେ ପଡିତ ହୋଇ ଆମେରିକାର ବୋଷ୍ଟନ ହସ୍ପିଟାଲରେ ଆଡମିଟ ହୋଇଥିଲେ ।  ସେ ୪୦୨ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୯୧ ଇନିଂସରେ ୧୧୭୭୮ ରନ୍ ସଂଗ୍ରହ କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ଯୁବରାଜଙ୍କ ନାମରେ ୧୭ଟି ଶତକ ଏବଂ ୭୧ ଅର୍ଦ୍ଧଶତକ ରହିଛି  ।

ଯୁବରାଜ ନିଜ କ୍ୟାରିଅରରେ ସାତୋଟି ଆଇସିସି ଟୁର୍ନାମେଣ୍ଟ ଫାଇନାଲ ଖେଳିଥିଲେ । ଯେଉଁଥିରେ ତିନୋଟି ଚାମ୍ପିଅନ୍ସ ଟ୍ରଫି, ଦୁଇଟି ବିଶ୍ୱକପ ଏବଂ ଦୁଇଟି ଟି – ୨୦ ବିଶ୍ୱକପ ଫାଇନାଲ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.