ନାସାର ଆଉ ଏକ ସଫଳତା, ମଙ୍ଗଳ ଗ୍ରହରେ ପହଞ୍ଚିଲା ‘ଇନସାଇଟ ଲ୍ୟାଣ୍ଡର’

ଲସଏଞ୍ଜର୍ଲ୍ସ : ଆମେରିକାରେ ଥିବା ମହାକାଶ ଏଜେନ୍ସି ନାସା ନିଜର ଇନସାଇଟ ଲ୍ୟାଣ୍ଡରକୁ ମଙ୍ଗଳ ଗ୍ରହରେ ସୁରକ୍ଷିତ ସଫଳ ଅବତରଣ କରିଛି। ଏହି ମାହାକାଶଯାନର ଅବତରଣ କରିବା ସହ ଆରମ୍ଭ ହୋଇଛି ନାସାର ଦୁଇ ବର୍ଷ ପୂରୁଣା ମିସନ୍। ଏହା ଦ୍ବାରା ମଙ୍ଗଳଗ୍ରହ ସହ ଜଡ଼ିତ ସମସ୍ତ ରହସ୍ୟ ବିଷୟରେ ଜାଣିହେବ ବୋଲି କହିଛି ନାସା। ଚଳିତ ବର୍ଷ ୫ମଇରେ ନାସାର ଏହି ଇନସାଇଟ ଲ୍ୟାଣ୍ଡରକୁ ମଙ୍ଗଳ ଗ୍ରହ ପାଇଁ ପଠାଯାଇଥିଲା। ୨୦୧୨ ମସିହାରେ କ୍ୟୁରୋସିଟି ରୋବର ପରେ ନାଲି ଗ୍ରହ ରହସ୍ୟ ଖୋଜରେ ସମର୍ପିତ ଥିବା ନାସାର ଏହା ପ୍ରଥମ ମିସନ ଅଟେ। ଇନସାଇଟ ଲ୍ୟାଣ୍ଡର ପାଖାପାଖି ୬ମାସ ଏବଂ ୪୮କୋଟି କିଲୋମିଟରର ଦୂରତା ଶେଷ କରିବା ସହ ମଙ୍ଗଳ ଗ୍ରହରେ ଏହା ପହଞ୍ଚିଛି।

nasa

ଇନସାଇଟ ଲ୍ୟାଣ୍ଡର ଭାରତୀୟ ସମୟନୁଯାୟୀ ସୋମବାର ରାତି ପାଖାପାଖି ୧ଟା ୧୭ମିରେ ମଙ୍ଗଳ ଗ୍ରହରେ ଅବତରଣ କରିଛି। ନାସାର ଏହି ମିସନ ଦ୍ବାରା ମଙ୍ଗଳ ସମ୍ବନ୍ଧିୟ ସମସ୍ତ ତଥ୍ୟ ଜାଣିବା ସହ ତାହାର ଅଧ୍ୟୟନ କରିବା ରହିଛି। ଅବତରଣର ଶେଷ ସାତ ମିନିଟ ବହୁତ ଗୁରୁତ୍ବପୂର୍ଣ୍ଣ ରହିଥିଲା, ଏହି ପାଇଁ ଯାନର ଗତିବିଧିକୁ କମ କରି ୨୦ହଜାର କିଲୋମିଟର ପ୍ରତି ଘଣ୍ଟା କରିବାକୁ ପଡ଼ିଥିଲା। ବୈଜ୍ଞାନିକଙ୍କ କହିବାନୁଯାୟୀ, ଇନସାଇଟ ଲ୍ୟାଣ୍ଡର ମଙ୍ଗଳ ବା ନାଲି ଗ୍ରହ ବିଷୟରେ ବହୁତ ବର୍ଷ ପୂରୁଣା ସମସ୍ତ ସୂଚନା ପ୍ରଦାନ କରିପାରିବ। ଏହି ଅଭିଯାନ ସମୟରେ  ମଙ୍ଗଳ ଗ୍ରହରେ ଏକ ସାଇକ୍ରାମୋମିଟର ରଖାଯିବ ଯାହା ଗ୍ରହ ମଧ୍ୟରେ ହେଉଥିବା ସମସ୍ତ ପରିବର୍ତ୍ତନର ଅନୁଧ୍ୟାନ କରିବା ରହିଛି। ଏହା ଦ୍ବାରା ମଙ୍ଗଳ ଗ୍ରହରେ ହେଉଥିବା ଭୂକମ୍ପ ବିଷୟରେ ମଧ୍ୟ ଜାଣିହେବ।

nasa

ପ୍ରଥମ ଥର ପାଇଁ ଇନସାଇଟ ଲ୍ୟାଣ୍ଡର ଦ୍ବାରା ମଙ୍ଗଳରେ ଭୂମି ଖୋଳି ତାହାମଧ୍ୟରେ ରହିଥିବା ସମସ୍ତ ରହସ୍ୟାର ଖୋଜ କରାଯିବ। ଏଥିରେ ଏକ ଜର୍ମାନ ଉପକରଣ ରହିଛି ଯାହା ଭୂମିର ୫ମିଟର ଭିତରକୁ ରହିବା ସହ ତାପମାତ୍ରା ବିଷୟରେ ସୂଚନା ପ୍ରଦାନ କରିବ। ତାପମାନ ଜରିଆରେ  ମଙ୍ଗଳ ଗ୍ରହର ସକ୍ରିୟତା ବିଷୟରେ ଜାଣିହେବ। ଏହା ତତୀୟ ସ୍ତରରେ ରେଡ଼ିଓ ତରଙ୍ଗର ମଧ୍ୟ ବ୍ୟବହାର ସେଠାରେ କରାଯିବ। ଯାହା ଫଳରେ ମଙ୍ଗଳଗ୍ରହରେ ଧ୍ବନିର ତରଙ୍ଗ କିପରି ରହିଛି ତାହା ଜଣାପଡ଼ିବ। ଇନସାଇଟ ଲ୍ୟାଣ୍ଡରର ଅବତରଣ ସହ ଏହା ଅଷ୍ଠମଥର ପାଇଁ ମାନବ ଇତିହାସରେ ମଙ୍ଗଳରେ ଅବତରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.