Below header

“ତମ ଅବସ୍ଥା ବି କହ୍ନେୟା ଲାଲ୍‌ଙ୍କ ପରି ହେବ”, ନବୀନ ଜିନ୍ଦଲଙ୍କୁ ଆସିଲା ଏମିତି ଧମକ ପୂର୍ଣ୍ଣ ମେସେଜ

ରାଜସ୍ଥାନ ଉଦୟପୁରରେ ଟେଲର କହ୍ନେୟା ଲାଲ୍‌ଙ୍କୁ ହତ୍ୟା ଘଟଣାର ପ୍ରଭାବ ଏବେ ରାଜଧାନୀ ଦିଲ୍ଲୀରେ ବି ଦେଖିବାକୁ ମିଳିଲାଣି । ପ୍ରକୃତରେ ପ୍ୟାଗେମ୍ବର ମହମ୍ମଦଙ୍କ ଉପରେ ନୁପୁର ଶର୍ମା ଦେଇଥିବା ବିବାଦୀୟ ଟିପ୍ପଣୀ ପରେ ଭାରତୀୟ ଜନତା ପାର୍ଟିରୁ ବାହାରିଥିବା ନବୀନ ଜିନ୍ଦଲଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଜଣାଯାଇଛି । ଏନେଇ ନିଜେ ନବୀନ ପୋଲିସ ନିକଟରେ ଏକ ଅଭିଯୋଗ ଦାୟର କରିଛନ୍ତି । ଜିନ୍ଦଲ କହିଛନ୍ତିକି ତାଙ୍କୁ ବୁଧବାର ସକାଳ ସମୟରେ ଏକ ଇମେଲ ଜରିଆରେ ଯେଉଁପରି କହ୍ନେୟା ଲାଲ୍‌ଙ୍କୁ ହତ୍ୟା କରାଯାଇଛି ଠିକ ସେହିପରି ତାଙ୍କ ଅବସ୍ଥା ହେବ ବୋଲି ଏକ ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ଏହି ଘଟଣା ବୁଧବାର ସକାଳ ସମୟରେ ଘଟିଥିବା ନେଇ ସୂଚନା ମିଳିଛି । ଏହି ଧମକପୂର୍ଣ୍ଣ ଇ-ମେଲ ବାବଦରେ ନବୀନ ଜିନ୍ଦଲ ଦିଲ୍ଲୀ ପୋଲିସ ନିକଟରେ ଏକ ଅଭିଯୋଗ ଦାୟର କରି ସୁରକ୍ଷା ନେଇ ଦାବି କରିଛନ୍ତି ।

ଟ୍ୱିଟ ମାଧ୍ୟମରେ ନବୀନ କହିଛନ୍ତିକି ତାଙ୍କୁ ପୁଣି ଥରେ ଜୀବନରୁ ମାରି ଦେବା ନେଇ ଧମକ ମିଳିଛି । ଯାହା ବାବଦରେ ସୂଚନା ସେ ପିସିଆରକୁ ଦେଇଦେଇଥିଲେ ଓ ପୂର୍ବ ଦିଲ୍ଲୀର ଡିସିପି, ସାଇବର ସେଲ ତଥା ଦିଲ୍ଲୀ ପୋଲିସ କମିଶୀନର ତୁରନ୍ତ ଯାଞ୍ଚ ପଡତାଲ ଆରମ୍ଭ କରିଦେଇଥିଲେ । ବୁଧବାର ସକାଳ ୬ ଟା ୪୩ମିନିଟ ସମୟରେ ଗୋଟିଏ ପରେ ଗୋଟିଏ ହୋଇ ତାଙ୍କ ନିକଟକୁ ତିନୋଟି ଇ-ମେଲ ଆସିଥିଲା । ଯେଉଁଥିରେ ଉଦୟପୁରରେ ଭାଇ କନହେୟା ଲାଲଙ୍କ ଗଳା କଟାଯାଇଥିବାର ଏକ ଭିଡିଓ ବି ଥିଲା । ନବୀନ ତଥା ତାଙ୍କ ପରିବାରର ଗଳା କାଟି ହତ୍ୟା କରାଯିବା ନେଇ ଧମକ ଆସିଥିଲା । ଯାହା ବାବଦରେ ନବୀନ ତୁରନ୍ତ ପିସିଆରକୁ ସୂଚନା ଦେଇଥିଲେ ।

ହତ୍ୟାକାଣ୍ଡ ପରେ ଉଦୟପୁରଠାରେ ହିଂସା ଜନିତ ମାମଲାବି ସାମ୍ନାକୁ ଆସିଥିଲା । ଯାହା ପରେ କର୍ଫ୍ୟୁ ଲଗାଯାଇଥିଲା । ପୁରା ରାଜସ୍ଥାନରେ ୨୪ ଘଣ୍ଟା ଧରି ଇଣ୍ଟରନେଟ ସେବା ବନ୍ଦ ରହିଥିଲା । କହିରଖିବା ଉଚିତ ହେବକି ଜୁନ ୧୫ ତାରିଖରେ ପୋଲିସକୁ ପତ୍ର ଲେଖି ନିଜ ହତ୍ୟା ନେଇ ଆଶଙ୍କା କରିଥିଲେ । ପୋଲିସ ଠାରୁ ସୁରକ୍ଷା ଦାବି କରିଥିଲେ । ଯେବେକି ପୋଲିସ ପକ୍ଷରୁ କୁହାଯାଇଛିକି ଦୁଇ ପକ୍ଷରୁ ଡକାଯାଇ ବୁଝାମଣା କରାଯାଇଥିଲା । ଏହା ପରେ ବି କନହେୟାଙ୍କୁ ହତ୍ୟା କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.