ଘର ଭିତରୁ ବାହାରିଲା ୨୩ ନାଗସାପ ଛୁଆ, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

ମାର୍ଶାଘାଇ (କେନ୍ୟୁଜ): କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଗୌଡଗାଁର ମଞ୍ଜୁଲତା ନାୟକଙ୍କ ଘରୁ ୨୩ ଟି ନାଗସାପ ଛୁଆ ଉଦ୍ଧାର କରିଛନ୍ତି କେନ୍ଦ୍ରାପଡା ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଫୁଲ୍ଲ ସ୍ବାଇଁ।ନାଗସାପ ମାନେ ବର୍ଷା ଦିନ ପ୍ରଥମରୁ ଅଣ୍ଡା ଦେଇ ଛୁଆ କରିଥାନ୍ତି।ବିଶେଷ ଭାବେ ବର୍ଷା ଦିନରେ ନାଗ ଛୁଆ ମାନଙ୍କୁ ଉଦ୍ଧାର କରିଥାନ୍ତି ଏହି ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ। ଏ ବର୍ଷ ପ୍ରଥମ କରି ନାଗ ଛୁଆ ଉଦ୍ଧାର କରାଯାଇଛି ବୋଲି ପ୍ରଫୁଲ୍ଲ କହିଛନ୍ତି। ଏହି ନାଗ ସାପ ଛୁଆ ମାନଙ୍କୁ ଜଙ୍ଗଲରେ ଛଡା ଯିବ କହିଛନ୍ତି ପ୍ରଫୁଲ୍ଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.