Below header

ନିଜ ଝିଅର ଘର ଉଜାଡି ଦେଲା ମା’, ହାଟରେ ପଡି ଦାଣ୍ଡରେ ଗଡୁଛି ଶାଶୁ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ

ରାଜସ୍ଥାନ ବାଡମେର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଜଣେ ମା’ ନିଜ ଝିଅର ଘର ଉଜାଡି ଦେଇଛନ୍ତି  । ଆଶ୍ଚର୍ଯ୍ୟ ହେବେ ନିଜ ଝିଅର ସ୍ୱାମୀକୁ ନେଇ ଭାଗୀ ଯାଇଛନ୍ତି ଶାଶୁ  । ଶାଶୁ ଓ ଜ୍ୱାଇଁଙ୍କ ମଧ୍ୟରେ ଦୀର୍ଘ ଏକ ବର୍ଷ ଧରି ଅବୈଧ ସମ୍ବନ୍ଧ ଥିବା ନେଇ ଜଣାଯାଇଛି  । ଶୁଣାଯାଉଛିକି ଆଜିକୁ ଠିକ ଏକ ବର୍ଷ ପୂର୍ବରୁ ହିଁ ନିଜ ଝିଅର ବିବାହ କରାଇଥିଲେ | ଆଉ ମଙ୍ଗଳବାର ସକାଳ ସମୟରେ ଶାଶୁ ଜ୍ୱାଇଁ ଗଛରେ ଲଟକିଥିବା ନଜର ଆସିଛନ୍ତି  । ସେମାନଙ୍କ ମଧ୍ୟରେ ଥିବା ଅବୈଧ ସମ୍ବନ୍ଧ ବାବଦରେ ପଦାକୁ ଆସିବା ପରେ ଦୁହେଁ ଆତ୍ମହତ୍ୟା କରିଥିବା ନେଇ ଆଶଙ୍କା କରାଯାଉଛି  ।ଯାହାକୁ ନେଇ ପୁରା ଗାଁରେ ହଇଚଇ ସୃଷ୍ଟି ହୋଇଛି  । ଏହି ଗୋଟିଏ ଘଟଣା କେତେଯେ ଘର ଉଜାଡି ଦେଇଛି ତାର ଠିକଣା ନାହିଁ  ।

ପୋଲିସ ପକ୍ଷରୁ ସୂଚନା ଦିଆଯାଇଛିକି ୨୨ ବର୍ଷୀୟ ହୋତାରମ ନାମକ ଜଣେ ବ୍ୟକ୍ତିଙ୍କ ବିବାହ ଅନ୍ୟ ଏକ ଗାଁର ଦରିୟା ଦେବୀଙ୍କ ଝିଅ ସହିତ ହୋଇଥିଲା  । ବିବାହ ପରେ ନବବିବାହିତ ଜ୍ୱାଇଁ ଶ୍ବଶୁର ଘରକୁ ଯିବା ଆସିବା ମଧ୍ୟ କରୁଥିଲେ  । ଆଉ ଏହି ସମୟ ଭିତରେ ନିଜ ଶାଶୁଙ୍କ ପ୍ରତି ତାଙ୍କ ଆକୃଷ୍ଠତା ଧୀରେ ଧୀରେ ବଢିବାକୁ ଲାଗିଲା  । ଆଉ ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଏକ ପ୍ରକାର ସମ୍ପର୍କ ଗଢି ଉଠିଥିଲା  । ଆଉ ଏବିଷୟରେ ଦୁଇ ପରିବାରକୁ କିଛି ଦିନ ପୂର୍ବରୁ ହିଁ ଜଣାପଡିଥିଲା  । ଏକ ପଂଚାୟତ ବି ବସି ଦୁହିଁଙ୍କୁ ବୁଝାସୁଝା କରାଯାଇଥିଲା  । କିଛି ଦିନ ଦୁହେଁ ଅଲଗା ଅଲଗା ରହିଥିଲେ ମଧ୍ୟ କିଛି ଦିନ ପରେ ପୁଣିଥରେ ଶାଶୁ ଜ୍ୱାଇଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା  । ରବିବାର ସ୍ତ୍ରୀକୁ ନେଇ ଜ୍ୱାଇଁ ଆସିଥିବା ବେଳେ ଷୋମବାର ପୁଣିଥରେ ଶାଶୁକୁ ନେଇ ଫେରାର ହୋଇଯାଇଥିବା ଜଣାଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.