ଥାନା ଆଗରେ ଆତ୍ମହୁତି ଘଟଣାର ମାମଲା ରୁଜୁ କଲେ ଓଡ଼ିଶା ମାନବିକ ଅଧିକାର, ଜୁଲାଇ ୨୫ ହେବେ ପରବର୍ତ୍ତୀ ଶୁଣାଣି

(କେନ୍ୟୁଜ): କିଶନନଗର ଥାନା ଆଗରେ ଯୁବକଙ୍କ ଆତ୍ମାହୁତି ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ଓଡ଼ିଶା ମାନବିକ ଅଧିକାର ଆୟୋଗ । ଏନେଇ ପୋଲିସ ଡିଜିଙ୍କୁ ନୋଟିସ୍‌ ବି ଜାରି ହୋଇଛି । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନ। ଜୁଲାଇ ୨୫ରେ ଓଏଚଆରସିରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କିଶନନଗର ଥାନା ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା ଗୁଣନିଧି ବିଶୋୟୀଙ୍କ ମୃତ୍ୟୁ ହୋଇଛି ।

ସେପଟେ କିଶନନଗର ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସପି । ଗତକାଲି କଟକ ଜିଲ୍ଲା କିଶନନଗର ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ଇସାଣିବରମପୁର ଗାଁର ଗୁଣନିଧି ବିଶୋୟୀ । ଗୁଣନିଧିଙ୍କୁ ତାଙ୍କ ପୁତୁରା ସାଗର ବିଷୋୟୀ ଆକ୍ରମଣ କରିବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ନ୍ୟାୟ ନମିଳିବାରୁ ପୋଲିସ ନିଷ୍କ୍ରିୟତା ଦାବିରେ ଗତକାଲି ଆତ୍ମାହୁତି ଉଦ୍ୟମ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.