ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ : କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଦରମା ବନ୍ଦ, ୭ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

(କେନ୍ୟୁଜ): ଗଣଶିକ୍ଷା ମନ୍ତ୍ରୀଙ୍କ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ବିଶୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ସମୀର ଦାଶ । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଦରମା ବନ୍ଦ କରିବା ସହ ୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏହା ସହ ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗ ଦେଇଥିଲେ ସମୀର ଦାଶ ।

୫ ଟି ହେବା ପରେ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିଛି। ଫଳରେ ଚଳିତ ଶିକ୍ଷାବର୍ଷରେ ୨ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଯାହାର ଶ୍ରେୟ ସିଧାସଳଖ ଶିକ୍ଷକଙ୍କର ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ  ତୃତୀୟ ଶ୍ରେଣୀର ପିଲା ତିନି ଖନ୍ଦା ପଣିକିଆ ନକହି ପାରିବା ପରେ ଏପରି ନିଷ୍ପତ୍ତି ନେଇଥିଲେ । ଜଣେ ଅଧେ ନୁହେଁ, ୪-୫ ଜଣଙ୍କୁ ସେହି ତିନି ଖନ୍ଦା ପଣିକିଆ ପଚାରିଲେ ସମୀର ଦାଶ । ହେଲେ କେହି କହିନପାରିବା ପରେ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.