Below header

ଏ କଣ କଲେ ସିଦ୍ଧୁ ? ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଲେ ମୁଣ୍ଡରେ . . .

ପୁଣି ଚର୍ଚ୍ଚାରେ ନବଜୋତ୍ ସିଂହ ସିଦ୍ଧୁ । ହେଲେ ଏଥର କୌଣସି ବିବାଦୀୟ ବୟାନ୍ ଦେଇ ନୁହେଁ ବରଂ ଏକ ଫଟୋକୁ ନେଇ । ଯେଉଁଥିରେ ଦେଖିବାକୁ ମିଳିଛି ପାକିସ୍ତାନ ପତାକାକୁ ପଗଡି କରି ମୁଣ୍ଡରେ ପିନ୍ଧିଛନ୍ତି ସିଦ୍ଧୁ । ଆଉ ଏହି ଫଟୋକୁ ସେୟାର୍ କରିଛନ୍ତି ପାକିସ୍ତାନ୍ ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ମହାସଚିବ ଗୋପାଲ୍ ସିଂହ ଚାୱଲା । ଯାହା ସୋସିଆଲ୍ ମଡିଆରେ ଝଡ ପରି ମାଡି ଚାଲିଛି ।

ତେବେ ପରେ ଯାଂଚରୁ ଜଣା ପଡିଥିଲା ଏହା ଅସଲ ନୁହେଁ ବରଂ ଏହି ଫଟୋକୁ ଫଟୋସପରେ ଏଡିଟ୍ କରାଯାଇଛି । କାରଣ ଶିଖ୍ ସମ୍ପ୍ରଦାୟର ବ୍ୟକ୍ତି ସାଧା ପଗଡି ପିନ୍ଧିଥାନ୍ତି । ତେବେ ଫଟୋଟିକୁ ସେୟାର୍ କରିଥିବା ଗୋପାଳ ସିଂହ ୟୁଜରଙ୍କୁ ଏହି ଫଟୋକୁ ଆହୁରି

ସେୟାର୍ କରିବାକୁ ଅପିଲ୍ କରିଛନ୍ତି । ତେବେ ତାଙ୍କର ଏପରି କରିବା ପଛର କାରଣ ଜଣା ପଡିନାହିଁ । କିନ୍ତୁ ଏପରି କରି ସେ ଲୋକଲୋଚନକୁ ଆସିବା ପାଇଁ ଚାହୁଁଛନ୍ତି ବୋଧେ ।

ଏହା ସହ ପଢନ୍ତୁ କହିଥିବା କଥା ରଖିବେ କି ? କଣ ରାଜନୀତିରୁ ସନ୍ୟାସ ନେବେ ସିଦ୍ଧୁ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥଗ୍ରହଣ ବେଳେ ପାକିସ୍ତାନ ଯାଇଥିବା ସିଦ୍ଧୁ ଅନେକ ନେତାଙ୍କ ସହ ସହ ଗୋପାଲ ସିଂହଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହା ପରେ ସିଦ୍ଧୁ କହିଥିଲେ ଗୋପାଲ ସିଂ କିଏ ଜାଣି ନାହାନ୍ତି ।

କିଏ ଏହି ଗୋପାଳ ସିଂହ :

ପାକିସ୍ତାନ୍ ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ମହାସଚିବ ଗୋପାଲ୍ ସିଂହ ଚାୱାଲା । ତାକୁ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦଙ୍କ ଖୁବ୍ ନିକଟତର ବୋଲି କୁହାଯାଏ । ଗୋପାଳ ସିଂହ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଲସ୍କର – ଏ – ତୋଏବା ମୁଖ୍ୟ ହାଫିଜ୍ ସୟିଦ୍ ସହ ମିଶି ପଂଜାବରେ ଆତଙ୍କୀ ଷଡଯନ୍ତ୍ର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.