NDTV କିଣିବେ ଗୌତମ ଆଦାନୀ, ୨୯.୧୮ ପ୍ରତିଶତ ଷ୍ଟକ ଅଧିଗ୍ରହଣ କରିବା ନେଇ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ : NDTV ମିଡ଼ିଆ ଅଂଶଧନ କିଣିବେ ଗୌତମ ଆଦାନୀ। NDTVର ୨୯.୧୮ ପ୍ରତିଶତ ଷ୍ଟକ ଅଧିଗ୍ରହଣ କରିବା ନେଇ ଆଦାନୀଙ୍କ କମ୍ପାନୀ ଘୋଷଣା କରିଛି। ଅନ୍ୟପଟେ ଓପନ ଅଫର ଜରିଆରେ କମ୍ପାନି ଆଉ ୨୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ ଏଏମଜି ମିଡିଆ ନେଟୱର୍କ ଲିମିଟେଡ୍। ଏହିପରି ଭାବେ NDTVରେ ଆଦାନୀ ଗ୍ରୁପ୍ର ମୋଟ ଅଂଶଧନ ପରିମାଣ ୫୫ ପ୍ରତିଶତରୁ ଅଧିକ ହୋଇଯିବ। ଆଦାନୀ ଗ୍ରୁପ୍ ଏବଂ NDTV ମଧ୍ୟରେ ପାଖାପାଖି ୪୯୫ କୋଟି ଟଙ୍କାର ଚୁକ୍ତି ହେବାର ଆଶା ରହିଛି।
ତେବେ ଆଦାନୀଙ୍କ କମ୍ପାନୀ ଏଡିଟିଭିର ଅଂଶଧନ ଅଧିଗ୍ରହଣ କରୁଥିବାରୁ ଆମେ ଖୁସି ଥିବା କହିଛନ୍ତି ଏଡିଟିଭି ସିଇଓ ତଥା ବରିଷ୍ଠ ସମ୍ୱାଦିକ ସଞ୍ଜୟ ପୁଗଲିଆ। ସେ ଏକ ବୟାନରେ କହିଛନ୍ତି, ‘ ଏହି ଅଧିଗ୍ରହଣ ମିଡିଆ ଇଣ୍ଡଷ୍ଟ୍ରି ଆଗକୁ ବଢ଼ାଇବ। ଆମେ ଲୋକଙ୍କ ସ୍ୱରକୁ ଆହୁରି ତୀବ୍ର କରିବୁ। ଭାରତୀୟ ଖବର ପ୍ରତି ରୁଚି ରଖୁଥିବା ଦର୍ଶକଙ୍କୁ ସଶକ୍ତ କରାଇବୁ।’ ସେ ଆହୁରି କହୁଛନ୍ତି, ଏନଡିଟିଭି ଆମର ଦୃଷ୍ଟିକୋଣକୁ ପୂରା କରିବା ପାଇଁ ଉପଯୁକ୍ତ ଓ ଡିଜିଟାଲ ପ୍ଲାଟଫର୍ମ। ଆମର ଖବରଦାତାମାନେ ଏନଡିଟିଭିର ନେତୃତ୍ୱକୁ ମୁଜବୁତ୍ କରିବା ପାଇଁ ତତ୍ପର ରହିଛନ୍ତି।
Adani Group to purchase 29.18% stake in media group NDTV. pic.twitter.com/XMUUc4gUzK
— ANI (@ANI) August 23, 2022
ସୂଚନା ଥାଉକି, ଏନଡିଟିଭି ଦେଶର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା। ପ୍ରାୟ ତିନି ଦଶକ ଧରି ଗଣମାଧ୍ୟମ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ମଡିଆ ସଂସ୍ଥା। ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ର ଏନଡିଟିଭି ୨୪x୭, ଏନଡିଟିଭି ଇଣ୍ଡିଆ ଓ ଏନଡିଟିଭି ପ୍ରଫିଟ୍କୁ ମିଶାଇ ତିନୋଟି ଚ୍ୟାନେଲ ରହିଛି। ସୋସିଆଲ ମିଡିଆରେ ବିଭିନ୍ନ ପ୍ଲାଟଫର୍ମରେ ମଧ୍ୟ ଏହାର ଏନେକ ଫ୍ୟାନ ଫଲୋଇଂ ରହିଛନ୍ତି।
ମଙ୍ଗଳବାର ଆଦାନୀ ଗ୍ରୁପର ଏଏମଜି ମିଡିଆ ନେଟୱର୍କର ସହାୟତାରେ ପରିଚାଳିତ ଭିସିପିଏଲ୍ ମାଧ୍ୟମରେ ଏନଡିଟିଭିର ପ୍ରମୋଟର ଆରଆରପି ହୋଲଡିଂ ପ୍ରାଇଭେଟ ଲିମିଟେଡରେ ୯୯.୯୯% ଅଂଶଧନ କିଣି ନେଇଛି । ଏହି ଆରଆରପି ହୋଲଡିଂ ପ୍ରାଇଭେଟ ମିଡିଆ ହାଉସ୍ NDTVର ୨୯.୧୮% ଅଂଶଧନ ରଖିଥିଲା । ତେଣୁ ପରୋକ୍ଷ ଭାବେ ଏଏମଜି ମିଡିଆ ନେଟୱର୍କ ଏନଡିଟିଭିର ୨୯.୧୮% ଅଂଶଧନ ହାସଲ କରିସାରିଛି ।