ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ କିମ୍ବା ସୁପାରିଶ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫, ଜାଣନ୍ତୁ କେମିତି କରିବେ ଆବେଦନ

ଆସନ୍ତାବର୍ଷ ଗଣତସ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ କିମ୍ବା ସୁପାରିଶ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ରହିଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଯେଉଁଥିରେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିଶ କରିବା ତାରିଖ ୧ ମଇରୁ ଆରମ୍ଭ ହୋଇ ୧୫ ସେପ୍ଟେମ୍ବରରେ ସମାପ୍ତ ହେବ ବୋଲି କୁହାଯାଇଛି। ଚଳିତବର୍ଷ ନାମାଙ୍କନ କିମ୍ବା ସୁପାରିଶ ପାଇଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ, ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। ୧୯୫୪ରୁ ଏହାକୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଉଛି। ପଦ୍ମ ପୁରସ୍କାର କଳା, ସାହିତ୍ୟ ଏବଂ ଶିକ୍ଷା, ଖେଳ, ମେଡିସିନ, ସାମାଜିକ କାର୍ଯ୍ୟ, ବିଜ୍ଞାନ ସମେତ ଅନେକ କ୍ଷେତ୍ରରେ ଭିନ୍ନ କାର୍ଯ୍ୟପାଇଁ ସେମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ।

କେନ୍ଦ୍ର ସରକାର ଏହି ସମ୍ମାନ ୧୨୮ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ। ଏଥିରେ ୪ ଜଣକୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହାର ଇତିହାସ :

ସୂଚନା ମୁତାବକ, କେନ୍ଦ୍ର ସରକାର ୧୯୫୪ରୁ ଭାରତ ରତ୍ନ ଏବଂ ପଦ୍ମ ବିଭୂଷଣ ପୁରସ୍କାର ଦେଉଥିଲେ। ପଦ୍ମ ବିଭୂଷଣ ତିନିଟି ବର୍ଗରେ ଦିଆଯାଉଥିଲା। ପ୍ରଥମ ବର୍ଗ, ଦ୍ୱିତୀୟ ବର୍ଗ ଏବଂ ତୃତୀୟ ବର୍ଗ।

ତା’ ପରେ ଏହାର ନାମରେ ପରିବର୍ତ୍ତନ କରାଯାଇଥିଲା। ୮ ଜାନୁଆରୀ ୧୯୫୫ରେ ଜାରି ହୋଇଥିବା ଏକ ନୋଟିଫିକେସନ ମୁତାବକ, ଏହା ପଦ୍ମବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ନାମରେ ନାମିତ କରାଗଲା।

କାହାକୁ ମିଳିଥାଏ ପୁରସ୍କାର :

କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ମେଡିସିନ, ସାମାଜିକ ସେବା, ବିଜ୍ଞାନ, ଇଂଜିନିୟରିଂ, ସାଧାରଣ କାର୍ଯ୍ୟ, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ସଫଳତା କିମ୍ବା ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ।

ପଦ୍ମ ବିଭୂଷଣ : ଅସାଧାରଣ ଏବଂ ଭିନ୍ନ ସେବା ପାଇଁ

ପଦ୍ମ ଭୂଷଣ : ଉଚ୍ଚ କୋଟିର ବିଶିଷ୍ଟ ସେବା ପାଇଁ

ପଦ୍ମଶ୍ରୀ : ବିଶିଷ୍ଟ ସେବା ପାଇଁ

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, କୌଣସି ବ୍ୟକ୍ତି ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ତେବେ ସରକାରୀ କର୍ମଚାରୀ ଚାକିରି କରୁଥିବା ପର୍ଯ୍ୟନ୍ତ ଏହି ପୁରସ୍କାର ପାଇପାରିବେ ନାହିଁ। ତେବେ ଡାକ୍ତର ଏବଂ ବୈଜ୍ଞାନିକ ଏଥିରୁ ବଞ୍ଚିତ ରୁହନ୍ତି।

padma
Photo credit: News Express

କେମିତି ହୋଇଥାଏ ଚୟନ :

ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସରକାର, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ କିମ୍ବା ବିଭାଗ, ଭାରତ ରତ୍ନ କିମ୍ବା ପଦ୍ମ ବିଭୂଷଣ ପୁରସ୍କାର ହାସିଲ କରିବା ପାଇଁ ଯେକୌଣସି ବ୍ୟକ୍ତିଙ୍କ ନାମ ସୁପାରିଶ କରିପାରିବେ। ଏହି ପ୍ରକ୍ରିୟା ପ୍ରତିବର୍ଷ ହୁଏ।
ଜଣେ ବ୍ୟକ୍ତି ନିଜକୁ ପଦ୍ମ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରିପାରିବେ। ଏଥିପାଇଁ େଓ୍ଵବସାଇଟକୁ ଯାଇ ନୋମିନେସନ/ଆପ୍ଲାଏ ନାଓ ଟାବରେ କ୍ଲିକ କରିବାକୁ ହେବ। ଏହାପରେ ସବୁ ବିବରଣୀ ଦେବା ପରେ ଆପଣ ଯେଉଁ କାମ କରିଛନ୍ତି, ତାହା ପାଇଁ ଲେଖିବାକୁ ହେବ। ଏହାକୁ ଲେଖିବାର ଶବ୍ଦ ସୀମା ୮୦୦ରୁ ଅଧିକ ନ ହେବା ଜରୁରୀ।

ପଦ୍ମ ପୁରସ୍କାର ନାମକୁ ବିଚାର କରିବା ପାଇଁ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରନ୍ତି। ଏହି କମିଟିର ଅଧ୍ୟକ୍ଷ କ୍ୟାବିନେଟ ସଚିବ ହୋଇଥାନ୍ତି। ନାମ ଉପରେ ବିଚାର କରିବା ପରି କମିଟି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସୁପାରିଶ କରନ୍ତି। ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମଞ୍ଜୁରୀ ଦେବା ପରେ ପଦ୍ମ ପୁରସ୍କାରଙ୍କ ନାମ ଚୟନ ହୋଇଥାଏ।

ପ୍ରତିବର୍ଷ ପଦ୍ମ ପୁରସ୍କାର ପାଉଥିବା ସଂଖ୍ୟା ୧୨୦ରୁ ଅଧିକ ନ ହେବା ଜରୁରୀ।

Also Read : ଦେଶରେ ବ୍ୟାପୁଛି ଟମାଟୋ ଫ୍ଲୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.