Below header

ଦେଶରେ ବ୍ୟାପୁଛି ଟମାଟୋ ଫ୍ଲୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି

କରୋନା ଭାଇରସ ଏବଂ ମଙ୍କିପକ୍ସ ପରେ ଆଉ ଏକ ଭାଇରସ ସମଗ୍ର ଦେଶରେ ବ୍ୟାପୁଥିବା ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ ଟମାଟୋ ଫ୍ଲୁ ବ୍ୟାପିବାରେ ଲାଗିଛି। ଖାସ୍‌କରି ୧ ବର୍ଷରୁ ୧୦ ବର୍ଷ ପିଲାଙ୍କୁ ଏହି ଫ୍ଲୁ ବ୍ୟାପୁଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ମାମଲା ଦେଖିବାକୁ ମିଳିଲାଣି। ଏହାକୁ ନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେରଳ, ତାମିଲନାଡୁ, ଓଡିଶା ଏବଂ ହରିଆଣା ସମେତ ଅନ୍ୟ ରାଜ୍ୟ ପାଇଁ ଆଡଭାଇଜରି ଜାରି କରିଛନ୍ତି।

ଆଡଭାଇଜରିରେ କୁହାଯାଇଛି କି, ଏହି ରୋଗ ୧-୧୦ ବର୍ଷ ପିଲାକୁ ହେଉଛି। ଏଥିପାଇଁ କୌଣସି ଔଷଧ ନାହିଁ। ତେଣୁ ଏଥିରୁ ରକ୍ଷା ପାଇଁ ସଚେତନତା ଏବଂ ସାବଧାନତା ଜରୁରୀ। ଏହି ଭାଇରସ ଅନ୍ୟ ଭାଇରଲ ସଂକ୍ରମଣ ଭଳି (ଜ୍ୱର, ଥଣ୍ଡା, ଦେହରେ ଯନ୍ତ୍ରଣା) ସାମାନ୍ୟ ଲକ୍ଷଣ ଦେଖାଦିଏ। ଏହା ମଙ୍କିପକ୍ସ, ଡେଙ୍ଗୁ, ଚିକେନଗୁନିଆ କିମ୍ବା କୋଭିଡ ସମ୍ବନ୍ଧୀୟ ବିଲକୁଲ ନୁହେଁ। ଏହି ରୋଗକୁ ଦୂରେଇବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।

ସଂକ୍ରମିତ ହେଲେ କ’ଣ କରିବେ ?

ଏହି ରୋଗରେ ଅଧିକାଂଶ କ୍ଷେତ୍ରରେ ପାଟି ଭିତରେ, ଜିଭରେ ଲାଲ ରଙ୍ଗ ଦାନା ଦେଖାଯାଇଥାଏ ।

ସଂକ୍ରମିତ ପିଲାଙ୍କର ଡ୍ରେସ, ବାସନକୁ ଅଲଗା କରିଦେବା ଦରକାର ।

ରୋଗୀକୁ ପର୍ଯ୍ୟାପ୍ତ ଆରାମ ଦେବା ଆବଶ୍ୟକ । ନିଜର ଆଖପାଖକୁ ପରିଷ୍କାର ରଖନ୍ତୁ ।

ସଂକ୍ରମିତ ପିଲାଙ୍କ ସହ ଅନ୍ୟ ପିଲାମାନେ ଖେଳିବା ଅନୁଚିତ ।

ଏଥିରେ ସଂକ୍ରମିତ ହେଲେ ୫-୭ ଦିନ ପାଇଁ ନିଜକୁ ଆଇସୋଲେଟ୍ କରନ୍ତୁ । ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଟମାଟୋ ଫ୍ଲୁ କ’ଣ :

ଟମାଟୋ ଫ୍ଲୁ ଏକ ଭାଇରଲ ରୋଗ। ଏଥିରେ ଶରୀରରେ ଟମାଟର ଆକାରର ଲାଲ ଚିହ୍ନ ପଡିଯାଏ। ଏହା ସଂକ୍ରମଣ ହେଲେ, ଜ୍ୱର, ଗଣ୍ଠି ଯନ୍ତ୍ରଣା, ଥକ୍କାପଣ, ଗଣ୍ଠି ଫୁଲିବା, କ୍ଲାନ୍ତ ଲାଗିବା କାଶ ହେବା ଭଳି ଲକ୍ଷଣ ଦେଖାଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.