ଚାଷୀଙ୍କ ସହ ମିଶି ବିଲରେ ଧାନଗଛ ରୋଇଲେ ସିମୁଳିଆ ବିଧାୟକ

ବାଲେଶ୍ୱର (କେନ୍ୟୁଜ୍): ଧାନଗଛ ରୋଇଲେ ସିମୁଳିଆ ବିଧାୟକ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହି ଧାନଗଛ ରୋଇଛନ୍ତି । ଖଇରା ବ୍ଲକ ସାରୁଗାଁ ଓ ସରାକୋଣା ପଞ୍ଚାୟତ ଗସ୍ତ କରି କିଛି ଚାଷୀଙ୍କ ଜମିରେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଧାନ ରୋଇ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି । ମନ୍ତ୍ରୀ ଥିବା ବେଳେ ଚା ତିଆର କରିବା, ଖବରକାଗଜ ବାଣ୍ଟିବା, ସ୍କୁଲରେ ଶୌଚାଳୟ ସଫା ସୁତୁରା କରି ବେଶ ଚର୍ଚ୍ଚାରେ ଥିଲେ । ଏବେ ଚାଷୀଙ୍କ ଅତି ନିକଟରେ ପହଞ୍ଚିବାର ପ୍ରୟାସ ବୋଲି ପ୍ରକାଶ କରିଛନ୍ତି ବିଧାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.