Below header

ଧାର୍ଯ୍ୟ ତାରିଖରେ ହେବ NEET ପ୍ରବେଶିକା, ଆସନ୍ତା ୧୩ ରେ ୧୫ ଲକ୍ଷରୁ ଅଧିକ ଆଶାୟୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା “ନିଟ ” ପରୀକ୍ଷା ରଦ୍ଦ କିମ୍ବା ସ୍ଥଗିତ କରିବାକୁ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଯାଚିକା ଗୁଡିକର ଶୁଣାଣି କରିବାକୁ ଖଣ୍ଡନ କରି ଦେଇଛନ୍ତି । ଦେଶବ୍ୟାପୀ ଇଂଜିନିୟରିଙ୍ଗ ପ୍ରବେଶିକା ପରୀକ୍ଷା ଜେଇଇ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ଏବେ ନିଟ ପରୀକ୍ଷା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପରୀକ୍ଷା ଆୟୋଜିତ କରିବା ନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ଅନୁଯାୟୀ ଦେଶବ୍ୟାପୀ ସେପ୍ଟେମ୍ବର ୧୩ ରେ ହିଁ ନିଟ ପରୀକ୍ଷା ଅନୁଷ୍ଠିତ ହେବ । କହିରଖିବା ଉଚିତ ହେବଯେ, ଚଳିତ ବର୍ଷ ପାଇଁ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୫୪୬ ରୁ ୩୮୪୩କୁ ବୃଦ୍ଧି ପାଇଛି । ଯେବେକି ପ୍ରତି ରୁମରେ ଛାତ୍ରଙ୍କ ବସିବା ବ୍ୟବସ୍ଥା ୨୪ ରୁ ୧୨ କୁ ହ୍ରାସ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.