ଆଶ୍ରମରେ ପଶି ମାତାଜୀଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ, ପ୍ରତିବାଦ କରିବାରୁ ସାଧୁଙ୍କୁ ମରଣାନ୍ତକ ଆକ୍ରମଣ

ସାଧ୍ୱୀଙ୍କୁ ଗଣଦୁଷ୍କର୍ମ। ଆଶ୍ରମରେ ପଶି ସାଧ୍ୱୀଙ୍କୁ ଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ। ପ୍ରତିବାଦ କରିବାକୁ ସାଧୁଙ୍କୁ ନିର୍ଦ୍ଧୁମ୍‌ ଛେଚିଲେ। ଏଭଳି ନୃଶଂସତା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ। ଏହି ମାମଲାରେ ପୋଲିସ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏବେ ବି ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ। ତେବେ ଏହି ଘଟଣାରେ ଆଉ କାହା ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ ତଦନ୍ତ ଚାଲିଥିବା କହିଛନ୍ତି ଏସ୍‌ପି।

ରିପୋର୍ଟ ମୁତାବକ ସୋମବାର ବିଳମ୍ବିତ ରାତିରେ ପଥବାରା ଗାଁ ସ୍ଥିତ ଏକ ଆଶ୍ରମରେ ୪ ଦୁର୍ବୃତ୍ତ ଜବରଦସ୍ତି ପଶିଥିଲେ। ସେମାନେ ସମସ୍ତ ସାଧୁଙ୍କୁ ଗୋଟେ ରୁମ୍‌ରେ ତାଲା ପକାଇ ଦେଇଥିଲେ। ପରେ ୩୮ ବର୍ଷୀୟା ମାତାଜୀଙ୍କୁ ଆଉ ଏକ କୋଠରୀକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ୪ ଜଣ ଯାକ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିଲେ। ଜଣେ ସାଧୁ ଏହାକୁ ବିରୋଧ କରିବାକୁ ଅଭିଯୁକ୍ତମାନେ ତାଙ୍କୁ ପ୍ରବଳ ପିଟିଥିଲେ। ଦୁଷ୍କର୍ମ କରିସାରିବା ପରେ ସେମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ।

crime2

ମଙ୍ଗଳବାର ଦିନ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୁହାଯାଉଛି ଯେଉଁ ସାଧ୍ୱୀଙ୍କୁ ଦୁଷ୍କର୍ମ କରାଯାଇଛି ସେ ଲକ୍‌ଡାଉନ୍‌ ପୂର୍ବରୁ ପ୍ରବଚନ ଦେବାକୁ ଆଶ୍ରମରେ ପହଞ୍ଚିଥିଲେ। କିନ୍ତୁ ଲକ୍‌ଡାଉନ୍‌ ପରେ ସବୁ କିଛି ବନ୍ଦ ହୋଇଯିବାରୁ ସେ ଆଶ୍ରମରେ ଫସିଯାଇଥିଲେ। ଏନେଇ ଜିଲ୍ଲା ଏସ୍‌ପି ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଜଣେ ସାଧ୍ୱୀଙ୍କୁ ଏଭଳି ଅସଦାଚରଣ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.