Below header

ଦେଶରେ ପ୍ରଥମ ମାମଲା, ବିମାନ ହାଇଜାକ୍ କରିବାକୁ ଧମକ ଦେଇଥିବା ବ୍ୟବସାୟୀଙ୍କୁ ମିଳିଲା ଆଜୀବନ କାରାଦଣ୍ଡ ସହିତ ୫କୋଟି ଜରିମାନା

ମୁମ୍ବାଇ: ମୁମ୍ବାଇର ଏକ ବ୍ୟବସାୟୀଙ୍କୁ ବିମାନ ଅପହରଣର ଧମକ ଦେବା ବହୁତ ମହଙ୍ଗା ପଡିଛି । ମଙ୍ଗଳବାର ଦିନ ଏନଆଇଏ ର ବିଶେଷ ଅଦାଲତ ଏହି ମାମଲାରେ ଉକ୍ତ ବ୍ୟବସାୟୀଙ୍କୁ କେବଳ ଆଜୀବନ କାରାଦଣ୍ଡ ନୁହେଁ ବରଂ ପାଞ୍ଚ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ ବ୍ୟବସାୟୀ ବିରଜୁ ସଲ୍ଲା ୩୦ ଅକ୍ଟୋବର ୨୦୧୭ରେ ଜେଟ୍ ଏୟାରୱେଜ୍ ର ମୁମ୍ବାଇ-ଦିଲ୍ଲୀ ଫ୍ଳାଇଟର ଟଏଲେଟ୍ ରେ ଏକ ଟିସୁ ପେପରରେ ଅପହରଣ ନୋଟ୍ ଲେଖି ସେଠାରେ ଛାଡି ଆସିଥିଲେ । ଏହି ନୋଟ୍ ରେ ଲେଖା ଥିଲା କି ବିମାନକୁ ପିଓକୋ ନିଆଯାଉ ।

orderକୋର୍ଟ ଆଣ୍ଟି ହାଇଜାକିଂଗ ଆକ୍ଟ ୨୦୧୬ରେ ମାମଲାର ତଦନ୍ତ କରି ଉକ୍ତ ବ୍ୟବସାୟୀ ଜଣଙ୍କୁ ଦୋଷୀ ବୋଲି ସାବ୍ଯସ୍ତ କଲେ । ମଙ୍ଗଳବାର ଏହି ମାମଲାର ଶୁଣାଣି କରିବା ସମୟରେ ବିଚାରପତି ଏମ୍.ଦବେ କହିଥିଲେ କି, ବିରଜୁ ସଲ୍ଲା ଦ୍ବାରା ଦିଆଯିବା ଜରିମାନା ରାଶି ବିମାନ ଚାଳକ ଦଳ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ବଣ୍ଟାଯିବ । ଯେଉଁଥିରେ ପାଇଲଟ୍,ସହ-ପାଇଲଟଙ୍କୁ ଏକ ଏକ ଲକ୍ଷ ଟଙ୍କା,ଏୟାର ହୋଷ୍ଟେସ୍ ଙ୍କୁ ୫୦-୫୦ ହଜାର ଏବଂ ଯାତ୍ରୀମାନଙ୍କୁ ୨୫-୨୫ ହଜାର ଟଙ୍କା ଦିଆଯିବ ।

ଦେଶରେ ଏହା ପ୍ରଥମ ମାମଲା :

ଏହି ଘଟଣା ପରେ ସଲ୍ଲାଙ୍କୁ ନ୍ୟାସନାଲ ନୋ ଫ୍ଳାଏ ଲିଷ୍ଟରେ ରଖାଯାଇଛି । ଏହା ସହିତ ତାଙ୍କୁ ବିପକ୍ଷରେ ଆଣ୍ଟି ହାଇଜାକିଂଗ ଆକ୍ଟ ମାମଲା ରୁଜୁ କରାଯାଇଛି। ସଲ୍ଲା ଦେଶର ପ୍ରଥମ ବ୍ୟକ୍ତି ଯାହା ଉପରେ ଏହି ମାମଲା ଉପରେ କାର୍ଯ୍ୟଦେଶ ଗ୍ରହଣ କରାଯାଇଛି।

ଗର୍ଲଫ୍ରେଣ୍ଡକୁ ମୁମ୍ବାଇ ଫେରାଇ ଆଣିବାକୁ ଚାହୁଁଥିଲେ:

ସଲ୍ଲା ନିଜର ଦୋଷକୁ ମାନିବା ସହିତ ଯାଞ୍ଚକାରୀ ଦଳଙ୍କୁ କହିଥିଲେ କି, ସେ ଏପରି କରିବାର କାରଣ ହେଉଛି ସେ ଚାହୁଁଥିଲେ କି ତାଙ୍କ ଗର୍ଲଫ୍ରେଣ୍ଡ ଫେରିଆସନ୍ତୁ। ସେ ଭାବିଥିଲେ କି, ଏପରି ଧମକ ପରେ ଜେଟ୍ ଏୟାରୱେଜ୍ ଦିଲ୍ଲୀ ସ୍ଥିତ ତାର ଅଫିସ ବନ୍ଦ କରିଦେବ ଏବଂ ସେଠାରେ କାର୍ଯ୍ୟରତ ତାଙ୍କର ଗର୍ଲଫ୍ରେଣ୍ଡ ତାଙ୍କ ପାଖକୁ ଫେରିଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.