ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟରରେ କେମିତି ରହିଛି ଅଗ୍ନି ନିର୍ବାପକ ବ୍ୟବସ୍ଥା ? ଅଗ୍ନିଶମ ବିଭାଗର ୪୯ଟି ଟିମ୍ ପକ୍ଷରୁ ଚାଲିଛି ଚଢ଼ାଉ

ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢାଉ । ଜୟପୁର, ଭବାନୀପାଟଣା, ବଲାଙ୍ଗିର, ଝାରସୁଗୁଡ଼ା, ଅନୁଗୁଳ ଓ ଭଦ୍ରକରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢାଉ କରାଯାଉଛି । ଚଢାଉରେ ଅଗ୍ନିଶମ ବିଭାଗର ୪୯ଟି ଟିମ୍ ସାମିଲ ହୋଇଛନ୍ତି । ଚଢାଉ କରାଯିବା ସହ ଅଗ୍ନି ନିରାପତ୍ତା ନେଇ ସଚେତନତା କରାଯାଉଛି । ଗୁଜରାଟ ସୁରତର କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ରାଜ୍ୟରେ ଏନେଇ ତତ୍ପରତା ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱର, କଟକ ଓ ବାଲେଶ୍ୱର ସହ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.