Below header

ସବୁ ଗ୍ୟାସ୍‌ ସିଲିଣ୍ଡରରେ ରହିଥାଏ ଏକ୍ସପାୟାରୀ ଡେଟ୍‌, ଆଶ୍ଚର୍ଯ୍ୟ ନହୋଇ ଏପରି ଉପାୟରେ ଜାଣନ୍ତୁ

କଣ ଆପଣ ଜାଣନ୍ତି ଯେଉଁ ଏଲପିଜି ଗ୍ୟାସକୁ ଆପଣ ବ୍ୟବହାର କରୁଛନ୍ତି, ତାହା ବ୍ୟବହାର ଉପଯୋଗୀ ନା ନୁହେଁ ? ଯଦି ଆପଣ ଏହା ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହାକୁ ଜାଣିବାର ପ୍ରୋସେସ। ଏଲପିଜି ଗ୍ୟାସ ସିଲିଣ୍ଡର ସବୁ ଘରେ ବ୍ୟବହାର ହୋଇଥାଏ କିନ୍ତୁ ଏହାକୁ ଜଡିତ ଥିବା ସାବଧାନତାକୁ ଜାଣିବା ବହୁତ ଆବଶ୍ୟକ କାରଣ ବହୁତ ଲୋକଙ୍କୁ ଏହା ଜଣା ନଥାଏ। ସବୁ ଏଲପିଜି ଗ୍ୟାସ ସିଲିଣ୍ଡରର ଏକ ଭ୍ୟାଲିଡିଟୀ ବା ଅବଧି ରହିଥାଏ। ଏହି ଅବଧି ପରେ ସିଲିଣ୍ଡରକୁ ଟେଷ୍ଟିଂ କରିବାକୁ ହୋଇଥାଏ। ଯଦି ଟେଷ୍ଟିଂରେ ଏହା ବ୍ୟବହାର ଯୋଗ୍ୟ ହୋଇନଥାଏ ତେବେ ଏହାକୁ ମାର୍କେଟରୁ ହଟାଇଦିଆଯାଇଥାଏ।

cylinderକୌଣସି ବି ନୂଆ ଏଲପିଜି ଗ୍ୟାସ ସିଲିଣ୍ଡରକୁ ୧୦-୧୫ ବର୍ଷରେ ଟେଷ୍ଟିଂ କରିବାକୁ ହୋଇଥାଏ। ସେହିଭଳି ପୁରୁଣା ସିଲିଣ୍ଡରକୁ ପ୍ରତି ୫ ବର୍ଷରେ ଟେଷ୍ଟିଂ କରିବା ଜରୁରୀ। ଏମିତି ତ ନିଜେ ଏଜେନ୍ସୀ ଏହାର ଟେଷ୍ଟ କରନ୍ତି କିନ୍ତୁ କେତେକ ଥର ଭୁଲରେ ଏମିତି ସିଲିଣ୍ଡର ମାର୍କେଟକୁ ଆସିଯାଇଥାଏ।

lpgସିଲିଣ୍ଡରର ଉପରେ ଭାଗରେ ଥିବା ତିନଟିି ପ୍ଲେଟ ଭଳି ଥାଏ। ସେଥିରେ ଏକ କୋଡ୍‌ ଲେଖା ଯାଇଥାଏ। ତାହା A, B, C ଏବଂ D ରେ ଆରମ୍ଭ ହୋଇଥାଏ। ଏଥିରେ ଆନେକ ନମ୍ବର ରହିଥାଏ ଯେମିତି ୦୫। A ର ଅର୍ଥ ମାର୍ଚ୍ଚ (ଫାଷ୍ଟ କ୍ୱାଟର), B ର ଅର୍ଥ ଜୁନ୍‌ (ସେକେଣ୍ଡ କ୍ୱାଟର), C ର ଅର୍ଥ ସେପ୍ଟେମ୍ବର (ଥାର୍ଡ କ୍ୱାଟର), D ର ଅର୍ଥ ଡିସେମ୍ବର (ଫୋର୍ଥ କ୍ୱାଟର)। କୌଣସି ସିଲିଣ୍ଡରରେ D-୦୬ ଲେଖାଯାଇଥାଏ ତେବେ ଏହାର ଅର୍ଥ ହେଉଛି ଡିସେମ୍ବର ୨୦୦୬। ଅର୍ଥାତ ଏହାପରେ ଏହାକୁ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.