କଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ହେଲେଣି କ୍ୟାଟ୍ରିନା? ସୋସିଆଲ ମିଡିଆରେ ମିଳୁଛି ସୂଚନା

ଫିଲ୍ମ ‘ଭାରତ’ ରିଲିଜ ହେବା ପରେ କ୍ୟାଟ୍ରିନା କୈଫ୍ ଙ୍କ ଚର୍ଚ୍ଚା ବଢିବାରେ ଲାଗିଛି। ବକ୍ସ ଅଫିସରେ ‘ଭାରତ’ ର ସାନଦାର ପ୍ରଦର୍ଶନ ସହ ଫିଲ୍ମରେ କ୍ୟାଟ୍ରିନା କୈଫ୍ ଙ୍କ ଅଭିନୟ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇପାରିଛି। ଫିଲ୍ମ ବ୍ୟତୀତ ନିଜର ଗ୍ଲାମରିୟସ ଲୁକ୍ କୁ ନେଇ ମଧ୍ୟ କ୍ୟାଟ୍ରିନା ଖୁବ୍ ଲୋକପ୍ରିୟ। ‘ଭାରତ’ର ପ୍ରମୋସନ ପରେ କ୍ୟାଟ୍ରିନା ଅନେକ ଯାଗାରେ ଟ୍ରାଡିସନାଲ ଡ୍ରେସ୍ ରେ ନଜର ଆସିଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ। ବର୍ତ୍ତମାନ କ୍ୟାଟ୍ରିନାଙ୍କର ବ୍ରାଇଡାଲ ଲୁକ୍ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କ୍ୟାଟ୍ରିନା ବୋହୂ ବେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। କ୍ୟାଟ୍ରିନାଙ୍କର ଏହି ଲୁକ୍ ‘ଭାରତ’ ଫିଲ୍ମର ସୁଟିଂରେ ଦେଖିବାକୁ ମିଳିଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

bharatଫିଲ୍ମ ‘ଭାରତ’ରେ ସଲମାନ ଖାନ୍ ଙ୍କୁ ବିବାହ କରିବା ପାଇଁ କ୍ୟାଟ୍ରିନା କ୍ୟାଥୋଲିକ ବ୍ରାଇଡ ଲୁକ ରେ ନେଇଥିଲେ। ଏହି ଲୁକ୍ ରେ ସେ ହ୍ବାଇଟ୍ ଗାଉନରେ ନଜର ଆସିଥିଲେ। ତାଙ୍କର ଏହି ଗାଉନ ସଲମାନ ଖାନ୍ ଙ୍କ ପର୍ସନାଲ ଡିଜାଇନର ଏସଲେ ରେବେଲୋ ତିଆରି କରିଥିଲେ। ଏହି ଲୁକ୍ ରେ ତାଙ୍କ ମେକଅପ୍ ମଧ୍ୟ ପୁରା ସିମ୍ପୁଲ କରାଯାଇଛି। ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା କୈଫ୍ କୁମୁଦ ରେନାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

salman khanସୂଚନା ଅନୁଯାୟୀ କ୍ୟାଟ୍ରିନା କୈଫ୍ ଏବଂ ସଲମାନ ଖାନ୍ ଙ୍କର ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ପାଖାପାଖି ୧୬୦ କୋଟି ରୋଜଗାର କରିଛି। ଏହି ଫିଳ୍ମ ରିଲିଜ୍ ହେବା ପରେ ବର୍ତ୍ତମାନ କ୍ୟାଟ୍ରିନା ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ସହ ପିଲ୍ମ ‘ସୂର‌୍ୟ୍ୟବଂଶୀ’ରେ ନଜର ଆସିବେ। କ୍ୟାଟ୍ରିନା କୈଫ୍ ଏବଂ ଅକ୍ଷୟ କୁମାରଙ୍କ ଏହି ପିଲ୍ମ ୨୨ ମେ ୨୦୨୦ରେ ରିଲିଜ୍ ହେବ। ଏହି ପିଲ୍ମର ଶ୍ରେଷ୍ଟ ନିର୍ଦ୍ଦେଶକ ଓ ପ୍ରଯୋଜକ ହେଉଛନ୍ତି ରୋହିତ ସେଠୀ ଏବଂ କରନ ଜୋହର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.