Below header

ଗଡକରୀଙ୍କ ‘ବିଜୁ ତତ୍ତ୍ବ’, କହିଲେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଧୁଲାଇ କର

ପ୍ରିୟାପ୍ରୀତ ତୋଷଣ ଏବଂ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଧୁଲାଇ କର। ମହାରାଷ୍ଟ୍ର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ପ୍ରିୟାପ୍ରିତିରେ ଲିପ୍ତ ଏବଂ ଦୁର୍ନୀତି କରୁଥିବା ସରକାରୀଙ୍କ ଅଧିକାରୀଙ୍କୁ ଭଲରେ ନୁହେଁ ଧୁଲାଇ କରିବା ଆବଶ୍ୟକ ବୋଲି କହିଛନ୍ତି ନିତିନ ଗଡକରୀ। ବ୍ୟବସାୟୀମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ସବୁଆଡେ ପ୍ରିୟାପ୍ରିତି ,ଦୁର୍ନୀତି  ଚାଲିଛି।  ଇନ୍‌ସ୍ପେକ୍ଟର ଆସି ଲାଂଚ ମାଗୁଛି। ଏହି ଅଧିକାରୀ ସରକାରୀ କର୍ମଚାରୀ। କିନ୍ତୁ ସମାଜରେ କିଛି ବି ଅଘଟଣ ହେଲେ ରାଜନେତାଙ୍କୁ ଉତ୍ତରଦାୟୀ। କାରଣ ସେମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଆସୁଛନ୍ତି। ତେଣୁ ଚୋରି କଲେ ଅଧିକାରୀଙ୍କୁ ଚୋର କୁହାଯିବା ସ୍ୱାଭାବିକ। ଏଥିରେ କିଛି ଭୁଲ ନାହିଁ। ଦରକାର ପଡିଲେ ଲୋକେ ଅଧିକାରୀଙ୍କୁ ପିଟିିବା ମଧ୍ୟ ଆବଶ୍ୟକ। ସ୍ଥାନୀୟ ଆଂଚଳିକ ପରିବହନ ଅଧିକାରୀ- ଆରଟିଓମାନଙ୍କୁ ନେଇ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ନିତିନ କଡକରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.