ଆସାମ ସ୍କୁଲରେ ନୂଆ ଡ୍ରେସ କୋଡ୍‌, ସ୍କୁଲକୁ ଜିନ୍‌ସ ପ୍ୟାଣ୍ଟ ଓ ଏଣୁତେଣୁ ରଂଗର ପୋଷାକ ମନା

ଆସାମ ସ୍କୁଲରେ ନୂଆ ଡ୍ରେସ କୋଡ୍‌ । ଏଣୁତେଣୁ ପୋଷାକ ପିନ୍ଧି ସ୍କୁଲକୁ ଯାଇ ପାରିବେନି ଶିକ୍ଷକ ଶିକ୍ଷୟିତ୍ରୀ। ଜିନ୍‌ସ, ଟି-ସାର୍ଟ, ଲେଗିନ୍‌ସ ଆଦି ମନା। ମାର୍ଜିତ ପୋଷାକ ପିନ୍ଧି ସ୍କୁଲ ଯିବେ। ଉଭୟ ପୁରୁଷ ଓ ମହିଳା ଶିକ୍ଷକଙ୍କ ପାଇଁ ଡ୍ରେସ କୋଡ ଆଇନ ହୋଇଛି। ଗଣଶିକ୍ଷା ବିଭାଗରୁ ଜାରି ହୋଇଥିବା ନୋଟିସ ଅନୁସାରେ ନିଜ ପସନ୍ଦ ବା ଇଛାରେ ପୋଷାକ ପିନ୍ଧି ସ୍କୁଲକୁ ଯାଇ ପାରିବେନି ଶିକ୍ଷକ ଶିକ୍ଷୟିତ୍ରୀ।

ମାର୍ଜିତ ପୋଷାକ ନପିନ୍ଧିଲେ ସମାଜରେ ଗ୍ରହଣୀୟତା ରହୁ ନାହିଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଶିକ୍ଷାଦାନ ବେଳେ ଜିନ ପ୍ୟାଣ୍ଟ, ଟି-ସାଟ, ଲେଗିନ୍‌ସ ଆଦି ପିନ୍ଧି ପାରିବେ ନାହିଁ। ସେହିପରି ଅନୌପଚାରିକ ଏବଂ ଏଣୁତେଣୁ ରଂଗର ପୋଷାକ ମଧ୍ୟ ପିନ୍ଧିବାକୁ ମନା। ଫର୍ମାଲ ପ୍ୟାଣ୍ଟ, ସାର୍ଟ ଏବଂ ଶିଷ୍ଟ ଦେଖାଯାଉଥିବା ରଂଗର ପୋଷାକ ପିନ୍ଧି ପାରିବେ। ଡ୍ରେସ କୋଡ୍‌ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.