ଏଲ୍ଭିଶ ଯାଦବଙ୍କୁ ନୋଏଡା ପୋଲିସ ପଠାଇଲା ନୋଟିସ୍, ରେଭ୍ ପାର୍ଟି ଡ୍ରଗ୍ସ ମାମଲାରେ ହେବ ପଚରାଉଚରା
ଏଲ୍ଭିଶ ଯାଦବଙ୍କୁ ନୋଟିସ୍। ସାପ ବିଷ ମାମଲାରେ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଓଟିଟି ବିଜେତା ଏଲ୍ଭିଶ ଯାଦବଙ୍କୁ ନୋଟିସ ଜାରି କରିଛି ନୋଏଡା ପୋଲିସ। ଖୁବ୍ ଶୀଘ୍ର ନୋଏଡା ପୋଲିସ ନିକଟରେ ହାଜର ହେବେ ଏଲ୍ଭିଶ। ସେପଟେ ଏହି ମାମଲାରେ ମଙ୍ଗଳବାର ପୋଲିସକୁ ଗିରଫ ୫ ଅଭିଯୁକ୍ତଙ୍କ ରିମାଣ୍ଡ ମଧ୍ୟ ମିଳିପାରେ। ଗିରଫ ଅଭିଯୁକ୍ତମାନଙ୍କ ସାମ୍ନାରେ ବସାଇ ପୋଲିସ ଏଲ୍ଭିଶଙ୍କୁ ପଚରାଉଚରା କରିପାରେ।

ଏଲ୍ଭିଶ ଯାଦବଙ୍କୁ ନୋଟିସ୍। ସାପ ବିଷ ମାମଲାରେ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଓଟିଟି ବିଜେତା ଏଲ୍ଭିଶ ଯାଦବଙ୍କୁ ନୋଟିସ ଜାରି କରିଛି ନୋଏଡା ପୋଲିସ। ଖୁବ୍ ଶୀଘ୍ର ନୋଏଡା ପୋଲିସ ନିକଟରେ ହାଜର ହେବେ ଏଲ୍ଭିଶ। ସେପଟେ ଏହି ମାମଲାରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିସକୁ ଗିରଫ ୫ ଅଭିଯୁକ୍ତଙ୍କ ରିମାଣ୍ଡ ମଧ୍ୟ ମିଳିପାରେ। ଗିରଫ ଅଭିଯୁକ୍ତମାନଙ୍କ ସାମ୍ନାରେ ବସାଇ ପୋଲିସ ଏଲ୍ଭିଶଙ୍କୁ ପଚରାଉଚରା କରିପାରେ।
ରିପୋର୍ଟ ଅନୁସାରେ, ଏଲ୍ଭିଶଙ୍କ ନାମରେ ରେଭ୍ ପାର୍ଟିରେ ସାପ ବିଷ ଆଣିବାର ଅଭିଯୋଗ ରହିଛି। ଯଦିଓ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। କିନ୍ତୁ ରେଭ୍-ଡ୍ରଗ୍ସ ପାର୍ଟି ମାମଲାରେ ପୋଲିସ କୌଣସି ବି ଢିଲା ଦେବା ମୁଡ୍ରେ ନାହିଁ। ୟୁଟ୍ୟୁବରଙ୍କ ଉପରେ ପୂର୍ବରୁ ହିଁ ମାମଲା ପଞ୍ଜିକୃତ ହୋଇଛି। ଏବେ ମାମଲା ଆହୁରି ଗମ୍ଭୀର ହୋଇଛି। ନୋଏଡା ପୋଲିସ ତାଙ୍କୁ ନୋଟିସ୍ ପଠାଇଛି ଏବଂ ଏ ସମ୍ପର୍କରେ ବହୁତ ଜଲ୍ଦି ତାଙ୍କୁ ପଚରାଉଚରା କରିପାରେ। ଏ ନେଇ ଲଗାତାର ଯାଞ୍ଚ ଜାରି ରହିଥିବା ବେଳେ ସେପଟେ ଏଲ୍ଭିଶ କିନ୍ତୁ ପ୍ରତିକ୍ରିୟା ଦେଉଛନ୍ତି କି, ତାଙ୍କର ଏହି ମାମଲାରେ କୌଣସି ଲେଣଦେଣ ନାହିଁ।
ଏଲଭିଶ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ପୋଲିସକୁ ସମର୍ଥନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ୧ ପ୍ରତିଶତ ବି ତାଙ୍କ ନାମ ଏହି ଜିନିଷରେ ଆସିଲା, ତା’ ହେଲେ ସେ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିବାକୁ ପ୍ରସ୍ତୁତ ଅଛନ୍ତି।
ଏଲଭିଶ ଟ୍ୱିଟ୍ କରି କହିଛନ୍ତି, ସେ କାହାକୁ ଛାଡିବେ ନାହିଁ। ପ୍ରଭୁ ରାମଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। କହି ରଖୁଛୁ, ମେନକା ଗାନ୍ଧିଙ୍କ ସଙ୍ଗଠନ ‘ପିପୁଲ୍ ଫର୍ ଆନିମଲ୍ (ପିଏଫ୍ଏ)’ ସାପ ଚୋରା ଚାଲାଣ ଏବଂ ରେଭ ପାର୍ଟି ଆୟୋଜନ କରିବା ଅଭିଯୋଗ ନେଇ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲା। ଏହାପରେ ନୋଏଡା ପୋଲିସ ଏକ ରେଭ ପାର୍ଟିରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେମାନେ ଏଲଭିଶ ଯାଦବଙ୍କ ନାମ ନେଇଥିଲେ।