ବାଙ୍କୀ-ଭଗିପୁର ରାସ୍ତାରେ ବୁଲୁଛନ୍ତି ୧୬ ଟିକିଆ ହାତୀପଲ

ରାସ୍ତାରେ ହାତୀ । ବାଙ୍କୀ-ଭଗିପୁର ରାସ୍ତାରେ ୧୬ ଟିକିଆ ହାତୀପଲ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ହାତୀପଲ ଆସିଥିବା ଜଣାପଡିଛି ।

ରାସ୍ତାରେ ହାତୀ । ବାଙ୍କୀ-ଭଗିପୁର ରାସ୍ତାରେ ୧୬ ଟିକିଆ ହାତୀପଲ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ହାତୀପଲ ଆସିଥିବା ଜଣାପଡିଛି । କେତେବେଳେ ପାଣି ପିଇବାକୁ ତ ଆଉ କେତେବେଳେ ଖାଦ୍ୟ ଅନ୍ବେଷଣରେ ରାସ୍ତାରେ ବୁଲୁଛନ୍ତି ହାତୀ ।

ଗତକାଲି ରାତିରେ ଅଭୟାରଣ୍ୟରୁ ୧୬ଟିକିଆ ହାତୀପଲ ଆସି ଭଗିପୂର୍ ନିକଟ କଟକ ରାସ୍ତାରେ ବୁଲୁଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଭଗିପୂର୍ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇଛନ୍ତି । ସମସ୍ତ ହାତୀପଲ ରାତିରେ ଚନ୍ଦକା ଅଭୟାରଣ୍ୟକୁ ଫେରିଛନ୍ତି । ବାରମ୍ବାର ହାତୀପଲ ଜନ ବସତି ଆଡେ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.