ଟର୍ମିନର୍ସରେ ଠିଆ ହୋଇଥିଲା ବସ୍, ହଠାତ୍ ଯାତ୍ରୀଙ୍କ ଉପରେ ଚଢ଼ିଗଲା

ଏ ଦୃଶ୍ୟ ଯିଏ ଦେଖୁଛି ତାର ଲୋମ ଟାଙ୍କୁରୀ ଉଠୁଛି ଛାତିଥରି ଉଠୁଛି । ଯମ ଭଳି ଆସି ଲୋକଙ୍କ ଉପରେ ମାଡିଗଲା ବସ୍‌ । ଆଉ କ୍ଷଣିକ ଭିତରେ ହିଁ ନେଇଗଲା ଜୀବନ ।

କାହାର କେଉଁ କାମ, କିଏ ମାଆ ପାଇଁ ମେଡିସିନ୍‌ ନେଇ ଯାଇଥାନ୍ତେ ତ ଆଉ କାହାର ଛୁଆ ଘରେ ଅପେକ୍ଷା କରିଥିଲେ ବାପାକୁ । କିନ୍ତୁ ଘରେ ପହଁଚିବା ପୂର୍ବରୁ ତୁଣ୍ଡରୁ ଚାଲିଗଲା ପ୍ରାଣ । କେଉଁଠି ଥିଲା କେଜାଣି ଏ ମୃତ୍ୟୁ ଏକାଥରେ ଆସି ୩ ଜଣଙ୍କୁ ନେଇଗଲା ।

ସିସିଟିଭିରେ କଏଦ୍‌ ହେଲା ଦୁର୍ଘଟଣାର ଲାଇଭ ଭିଜୁଆଲ । ଯାହାର ଛାତିଥରା ଚିତ୍ର ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ହଁ ଆଜ୍ଞା ଏ ଦୃଶ୍ୟ ଯିଏ ଦେଖୁଛି ତାର ଲୋମ ଟାଙ୍କୁରୀ ଉଠୁଛି ଛାତିଥରି ଉଠୁଛି । ଯମ ଭଳି ଆସି ଲୋକଙ୍କ ଉପରେ ମାଡିଗଲା ବସ୍‌ । ଆଉ କ୍ଷଣିକ ଭିତରେ ହିଁ ନେଇଗଲା ଜୀବନ ।

କ୍ୟାମେରାରେ କଏଦ ହେଲା ଭୟଙ୍କର ଦୁର୍ଘଟଣାର ଚିତ୍ର। ହଠାତ୍ ଯାତ୍ରୀଙ୍କ ଉପରେ ଚଢ଼ିଗଲା ବସ୍ । ଚକା ତଳେ ଚାପି ହୋଇଗଲେ ୩ ଜଣ । ଟର୍ମିନର୍ସରେ ଠିଆ ହୋଇଥିଲା ବସ୍ । ଅପେକ୍ଷା କରିଥିଲେ ଯାତ୍ରୀ । ହଠାତ୍ ଲୋକଙ୍କ ଆଡକୁ ବସଟି ମାଡ଼ି ଆସିଲା । କେହି କିଛି ବୁଝିବା ଆଗରୁ ଘଟିଗଲା ବଡ଼ ଦୁର୍ଘଟଣା ।

ଆନ୍ଧ୍ରପ୍ରଦେଶର ବିଜୟୱାଡା ବସଷ୍ଟାଣ୍ଡରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସିସିଟିଭିରୁ ସାମନାକୁ ଆସିଛି ଭୟଙ୍କର ଦୃଶ୍ୟ । ଗତକାଲି ଏହି ଘଟଣା ଘଟିଥିଲା । ଆନ୍ଧ୍ରପ୍ରଦେଶ ସଡକ ପରିବହନ ନିଗମର ବସ ଏହି ଦୁର୍ଘଟଣା ଘଟାଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ବସଟି ଯାତ୍ରୀଙ୍କ ଉପରେ ମାଡ଼ି ଗଲା କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.