Below header

ଜାଣନ୍ତୁ କିପରି ତିଆରି କରିବେ ରୋଷ୍ଟେଡ୍‌ ବ୍ରୋକୋଲି

ଜାଣନ୍ତୁ କିପରି ଭାବେ ରୋଷ୍ଟେଡ୍‌ ବ୍ରୋକୋଲି ତିଆରି କରିବେ । ଏହି ରେସିପି ତିଆରି କରିବା ପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ।

ଆପଣମାନେ ବ୍ରୋକୋଲିରେ ବିଭିନ୍ନ ପ୍ରକାରର ରେସିପି ତିଆରି କରିଖାଇଥିବେ । ହେଲେ କିଛି ଲୋକ ଅଛନ୍ତି ଯେଉଁମାନେ କେବେ ବ୍ରୋକୋଲିକୁ ରୋଷ୍ଟେଡ୍‌ କରିଖାଇ ନାହାନ୍ତି । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ କିପରି ଭାବେ ଏହି ରୋଷ୍ଟେଡ୍‌ ବ୍ରୋକୋଲି ତିଆରି କରିବେ ।

ରୋଷ୍ଟେଡ୍‌ ବ୍ରୋକୋଲି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ :

– ୧ ମିଡିୟାମ ବ୍ରୋକୋଲି
– ୭ ରୁ ୮ ଟି ରସୁଣକୁ ଗ୍ରେଟ୍‌ କରି ନେବେ
– ୧/୨ ଇଞ୍ଚି ଅଦା ମଧ୍ୟ ଗ୍ରେଟ୍‌ କରି ନେବେ
– ୨ ଚାମଚ ଜିରା
– ସ୍ୱାଦ ଅନୁସାରେ ଲୁଣ
– ୧/୨ ଚାମଚ ଲଙ୍କା ପାଉଡର
– ୧ ଛୋଟ ଚାମଚ ଲେମ୍ବୁର ରସ
– ଆବଶ୍ୟକ ନେଇ ଘିଅ ଓ ତେଲ

ଏହାକୁ ତିଆରି କରିବା ପ୍ରଣାଳୀ :
ରୋଷ୍ଟେଡ୍‌ ବ୍ରୋକୋଲି ତିଆରି କରିବା ପାଇଁ ପ୍ରଥମେ ବ୍ରୋକୋଲିକୁ ଭଲ ଭାବେ ଧୋଇ ସାଇଜ୍‌ରେ କଟି ଦେବେ । ତାପରେ ସେହି କଟିଥିବା ବ୍ରୋକୋଲିକୁ ସିଜିବା ପର୍ଯ୍ୟନ୍ତ ଫୁଟାଇବେ । ବ୍ରୋକୋଲି ସିଜି ଗଲା ପରେ ତାକୁ ଥଣ୍ଡା ହେବା ପାଇଁ ଛାଡିଦେବେ । ତାପରେ ୧ ରୁ ୨ ଚାମଚ ଘିଅ କିମ୍ବା ତେଲ ନେଇ ସିଜାଇଥିବା ବ୍ରୋକୋଲିକୁ ଭାଜି ଦେବେ । ଏହାପରେ ଗ୍ରେଟ୍‌ କରି ରଖିଥିବା ଅଦା ଓ ରସୁଣକୁ ଘିଅରେ ପକାଇ ମସଲା ଭଲ ଭାବେ ହେବା ପର୍ଯ୍ୟନ୍ତ ଛାଡିବେ । ତାପରେ ସେଥିରେ ଭାଜିଥିବା ବ୍ରୋକୋଲିକୁ ସେଥିରେ ପକାଇବେ ଏବଂ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଲଙ୍କ ପକାଇ ଭଲ ଭାବେ ଭାଜିବେ । ଦେଖିବେ ଯେତେ ବେଳେ ବ୍ରୋକୋଲି ହାଲକା ବ୍ରାଉନ୍‌ ହୋଇଯିବ, ସେଥିରେ ଲେମ୍ବୁ ରସ ପକାଇ ଦେବେ । ତେବେ ଏହି ରେସିପି ତିଆରି କରିବା ବହୁତ ସହଜ ଓ ଏହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.