Below header

‘ଆମ ଦେଶରେ କରୋନା ପଶିଲେ ପରିଣାମ ଭୟଙ୍କର ହେବ’, ବିଶ୍ୱ ସମୁଦାୟକୁ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଧମକ

ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କରୋନା ଭାଇରସ୍‌କୁ ନେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ଦେଶରେ କରୋନା ଭାଇରସ୍‌ ବ୍ୟାପିଲା ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। କିମ୍‌ ଜୋଙ୍ଗ୍‌ ଉନ୍‌ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡାକିଛନ୍ତି। ଏଥିରେ ସେ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଦେଶକୁ ଯେମିତି କରୋନା ନ ପଶେ, ସେଥିପ୍ରତି ବିଭାଗୀୟ ଅଧିକ ବିଶେଷ ଯତ୍ନବାନ ହେବା ଉଚିତ।

Kim-Jong-Un

ଏହି ମହାମାରୀଙ୍କୁ ବ୍ୟାପିବାରୁ ରୋକିବା ପାଇଁ ଦେଶର ମହାମାରୀ ନିରୋଧୀ କାର୍ଯ୍ୟାଳୟ ତରଫରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। କିମ୍‌ ସମସ୍ତ ସ୍ଥାନର ଅଧିକାରୀଙ୍କୁ କୌଣସି ପଚରାଉଚରା ବିନା କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଉପାୟ ବାହାର କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

kim

ଚୀନ୍‌ ପରେ କରୋନା ଭାଇରସ୍‌ର ଏବେ ଦକ୍ଷିଣ କୋରିଆରେ ବଂଶବିସ୍ତାର କରିବା ଆରମ୍ଭ କରିଛି। ଦକ୍ଷିଣ କୋରିଆରେ ପ୍ରାୟ ୪୦୦୦ ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି କିମ୍‌ ସରକାର ଦେଶର ସମସ୍ତ ଯୋଗାଯୋଗ ବନ୍ଦ କରି ଦେଇଛନ୍ତି। କେବଳ ଏତିକି ନୁହେଁ ଯଦି ଦେଶରେ ଜଣଙ୍କୁ ବି କରୋନା ହୁଏ ତେବେ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସିଧାସଳଖ ନ ହେଲେ ବି ଏହି ଚେତାବନୀ ସେ ଦକ୍ଷିଣ କୋରିଆକୁ ଦେଇଛନ୍ତି।

kim-jong

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର କୋରିଆରେ ଗୋଟିଏ ବି କରୋନା ଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତି ମିଳିନାହାନ୍ତି। ମାତ୍ର ଯଦି ଉତ୍ତର କୋରିଆରେ କରୋନା ବ୍ୟାପେ ତେବେ ପରିସ୍ଥିତି ଉଦ୍‌ବେଗଜନକ ହେବ। କାରଣ ଉତ୍ତର କୋରିଆରେ କମ୍‌ ପରିମାଣରେ ମେଡିସିନ୍‌ ଉପଲବ୍ଧ ଅଛି। ଏଥିସହ ସେଠାକୁ କମ୍‌ ଔଷଧ ଆମଦାନୀ ମଧ୍ୟ ହୋଇଥାଏ। ଏଣୁ ଚିକିତ୍ସା ବିନା ଲୋକଙ୍କ ଜୀବନ ଯାଇପାରେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.