ଶାଳୀଙ୍କୁ ମିଡିଲ ଫିଙ୍ଗର ଦେଖାଇ ଜରିମାନା ସହିତ କାରାଦଣ୍ଡ ଭୋଗିବେ ଭିଣୋଇ

ଏବେ କୌଣସି ମହିଳା କିମ୍ବା ଯୁବତୀଙ୍କୁ କ୍ରୋଧରେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ମିଡିଲ ଫିଙ୍ଗର ଦେଖାଇବା ଆପାଣଙ୍କୁ ପଡିପାରେ ମହଙ୍ଗା। ଦିଲ୍ଲୀରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ନିଜର ଭିଣୋଇଙ୍କ ବିରୋଧରେ ମିଡିଲ ଫିଙ୍ଗର ଦେଖାଇବା ଅଭିଯୋଗରେ ଏକ ମାମଲା ରୁଜୁ କରିଛନ୍ତି। ଏହାର ପରିଣାମରେ ବର୍ତ୍ତମାନ ଦୋଷୀଙ୍କୁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହିତ ଜରିମାନା ଭରିବାକୁ ମଧ୍ୟ ପଡିପାରେ।

ସୂଚନା ଅନୁଯାୟୀ ପାଞ୍ଚ ବର୍ଷ ପୂର୍ବେ ଦିଲ୍ଲୀର ଏହି ମାମଲାରେ ସେପ୍ଟେମ୍ବର ୧୮ ତାରିଖ ଦିନ ମେଟ୍ରୋପୋଲିଟନ କୋର୍ଟର ଜର୍ଜ ବସୁନ୍ଧରା ଆଜାଦଙ୍କ କହିବା ଅନୁଯାୟୀ “ଏହିଭଳି ଇସାରା କିମ୍ବା କୌଣସି ଖରାପ ଶବ୍ଦ ପ୍ରୟୋଗ ମହିଳାଙ୍କ ଆତ୍ମସମ୍ମାନର ଅପମାନ କରିଥାଏ”। ଏହି ମାମଲା ୨୦୧୪ ମସିହାର ଅଟେ । ଯେତେବେଳେ ମହିଳା ଜଣକ ଅଭିଯୋଗ କରିଥିଲେ ସେ କହିଥିଲେ ଯେ ବ୍ୟକ୍ତି ଜଣକ ତାଙ୍କୁ ଏଭଳି ଇଙ୍ଗିତ କରିବା ସହ ଅସଭ୍ୟ ଭାଷା ଓ ଶାରୀରିକ କ୍ଷତି ପହଞ୍ଚାଇବାକୁ ନେଇ କମେନ୍ଟ ମାରୁଛନ୍ତି ।

महिला को दिखाई मिडिल फिंगर, अब बहनोई को सजा सुनाएगा कोर्ट

ସେହି ସମୟରେ ଆରୋପିଙ୍କ ଉପରେ ଆଇପିସି ଧାରା ୫୦୯ (ଶବ୍ଦ, ଇସାରା କିମ୍ବା ଅଶ୍ଳୀଳ ବ୍ୟବହାର ଦ୍ୱାରା ମହିଳାଙ୍କୁ ଅପମାନ କରିବାର ଉଦ୍ଦେଶ୍ୟ)ଓ ୩୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ୨୦୧୫ ମସିହାରେ ରାୟ ଶୁଣାଇବା ସମୟରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ କହିବା ସହ ମାମଲାର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ । ତାଙ୍କର କହିବା ଅନୁଯାୟୀ ଏହି କେସ ସମ୍ପତ୍ତି ବିବାଦକୁ ନେଇ କରାଯାଇଛି ଓ ମହିଳା ଜଣକ ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଅପରପକ୍ଷ ଚାରି ଜଣ ସାକ୍ଷୀ କୋର୍ଟକୁ ଆଣିଥିଲେ । ଯେଉଁମାନଙ୍କ ମଧ୍ୟରୁ ନିଜେ ଅଭିଯୋଗକାରୀ ଜଣେ ଥିଲେ ।

ଏହାସହ ପଢନ୍ତୁ ପାହାଡର ଶିଖରରେ ଝିଅମାନଙ୍କର ବାଇକ ରାଇଡିଙ୍ଗ ଦେଖି ଉଡିଯିବ ଆପଣଙ୍କ ହୋସ, ଦେଖନ୍ତୁ ଭିଡିଓ

ସୂଚନା ଅନୁଯାୟୀ କୋର୍ଟକୁ ଏହି ମାମଲାରେ ସମ୍ପତ୍ତି ବିବାଦକୁ ନେଇ କୌଣସି ଠୋସ ପ୍ରମାଣ ମିଳିପାରିନଥିଲା । ଓ ଏହାପରେ ଅଭିଯୁକ୍ତଙ୍କ ସାକ୍ଷୀଙ୍କୁ ଖାରଜ କରିଦିଆଯାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ଆସନ୍ତା ସପ୍ତାହ ମଙ୍ଗଳବାରକୁ କୋର୍ଟ ତରଫରୁ ଦଣ୍ଡ ବିଧାନ କରାଯିବ ।