ମା ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳଦିନାତ୍ମକ ପୂଜା

ବାଙ୍କୀ (କେନ୍ୟୁଜ୍) : ମା ଚର୍ଚ୍ଚିକାଙ୍କ ପୀଠରେ ଷୋଳଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଆଶ୍ୱିନ ମାସ ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲେ ମା’ଙ୍କ ପୂଜା । ଭୋର୍ ୪ଟାରୁ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇ ମାଙ୍କୁ ସ୍ନାନ କରାଯାଇଥିଲା । ରାଜଗୁରୁ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ କଳସ ସ୍ଥାପନ କରାଯାଇଛି । ରାଜାଙ୍କ ଘରୁ ବରୁଣ ଆସେ । ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା ଓ ସ୍ୱର୍ଯ୍ୟ ପୂଜା କରାଯାଇ ମାଙ୍କୁ ପୂର୍ଣ୍ଣାଙ୍ଗ ସ୍ନାନ କରାଯାଇଥାଏ । ଏହାପରେ ମାଙ୍କୁ ସୁନାବେଶରେ ସଜେଇ ଦିଆଯାଏ । ଆଜିଠୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.