ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ, ଜାଣନ୍ତୁ କେବେ ହେବ ମତଦାନ
ବିଜେପୁର (କେନ୍ୟୁଜ୍) : ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଅକ୍ଟୋବର ୨୧ରେ ହେବ ମତଦାନ। ୨୪ ତାରିଖରେ ହେବ ଗଣତି । ରଣନୀତି ପ୍ରସ୍ତୁତି ନେଇ ଆସନ୍ତାକାଲି ନବୀନ ନିବାସରେ ବସିବ ବିଜେଡିର ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏଥିରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି। ଚଳିତ ସାଧାରଣ ନିର୍ବାଚନରେ ବିଜେପୁରରୁ ବିଜୟୀ ହୋଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ତେବେ ସେ ଏହି ଆସନ ଛାଡ଼ିବା ପରେ ଉପନିର୍ବାଚନ ହେଉଛି। ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେଡି ଗଠନ କରିଛି ୪ ଜଣିଆ ନିର୍ବାଚନ ସମନ୍ଵୟ କମିଟି । କମିଟିରେ ଅଛନ୍ତି ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କଳିକେଶ ନାରାୟଣ ସିଂହଦେଓ ଓ ସଞ୍ଜୟ ଦାସବର୍ମା।ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁବାସ ଚୌହ୍ଵାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତି ମିଳିବା ପରେ ରୀତା ସାହୁଙ୍କ ନାଁରେ ମୋହର ମାରିପାରେ ଦଳ।