ଫୋନ୍ରୁ ତୁରନ୍ତୁ ଡିଲିଟ୍ କରନ୍ତୁ ଏହି ଦୁଇଟି ଆପ୍, ନଚେତ୍ ଚୋରି ହୋଇପାରେ ପର୍ସନାଲ ଡାଟା
ଗୁଗଲ୍ ନିଜ ପ୍ଲେ-ଷ୍ଟୋର୍ରୁ ଦୁଇଟି ସବୁଠାରୁ ଲୋକପ୍ରିୟ ଆପ୍କୁ ରିମୁଭ୍ କରିଛି। ଗୁଗଲ୍ର କହିବାନୁସାରେ ଏହି ଦୁଇଟି ଆପ୍ରୁ ଏଡ୍ବିୟର ଭଳି କାର୍ଯ୍ୟ କରୁଥିବା ମେଲିସିୟସ୍ କୋଡ୍ ମିଳିଛି। ତେଣୁ ଗୁଗଲ୍ ସମସ୍ତ ୟୁଜର୍ସଙ୍କୁ ଏହି ଦୁଇଟି ଆପ୍ ଡିଲିଟ୍ କରିବାକୁ ପରାମର୍ଶ ଦେଇଛି।
Sun Pro Beauty Camera ଏବଂ Funny Sweet Selfie Camera ଏହି ଦୁଇଟି ଆପ୍ ଗୁଗଲ୍ ପ୍ଲେ-ଷ୍ଟୋର୍ର ଲୋକପ୍ରିୟ ଆପ୍। ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ଏହି ଆପ୍ ଦୁଇଟିକୁ ଡାଉନ୍ଲୋଡ୍ କରିସାରିଛନ୍ତି। ଗୁଗଲ୍ର ଅଭିଯୋଗ ଅନୁଯାୟୀ ଏହି ଦୁଇଟି ଆପ୍ ପପ୍-ଅପ୍ ଆଡ୍ ଜରିଆରେ ଅର୍ଥ ଉପାର୍ଜନ କରୁଛନ୍ତି।
ଏହାସହ ପଢନ୍ତୁ: ଭାରତରେ ଲଞ୍ଚ୍ ହେଲା Vivo V17 Pro, ଜାଣନ୍ତୁ ଏହାର ଫିଚର ଓ ଦାମ୍
ଆପ୍କୁ ବ୍ୟବହାର କରିବା ବେଳେ ବାରମ୍ବାର ଆଡ୍ ଆସିଥାଏ। ଫଳରେ ବ୍ୟବହାରୀଙ୍କୁ ଅସୁବିଧା ହେବା ସହ ବ୍ୟାଟେରୀ ମଧ୍ୟ ଶୀଘ୍ର ସରିଥାଏ। ଏଣୁ ଗୁଗଲ୍ ଏହି ଆପ୍କୁ ଫୋନ୍ରୁ ଅନ୍ଇନ୍ଷ୍ଟ୍ରଲ୍ କରିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ଗୁଗଲ୍ ମେଲିସିୟସ୍ କୋଡ୍ ଚଳାଉଥିବା ଅନ୍ୟ ଆପ୍କୁ ମଧ୍ୟ ଡିଲିଟ୍ କରିଛି। ଆଗରୁ ଗୁଗଲ୍ CamScanner କୁ ଡିଲିଟ୍ କରିଥିଲା। ମାତ୍ର ଆପ୍ରେ ଦେଖାଯାଉଥିବା ସମସ୍ୟାକୁ ତୁରନ୍ତ ସୁଧାରିବାରୁ ପୁଣିଥରେ ପ୍ଲେ-ଷ୍ଟୋର୍ CamScanner କୁ ସ୍ଥାନିତ କରିଥିଲା।