Below header

BSNL ଅଫିସରେ ଭୟାବହ ଅଗ୍ନିକାଣ୍ଡ ପରେ ବଧାପ୍ରାପ୍ତ ହୋଇଛି ଟେଲିଫୋନ୍ ସେବା, ଆହୁରି ଲାଗିବ ତିନି ଦିନ

କଟକ (କେନ୍ୟୁଜ୍) : ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ପରେ ବଧାପ୍ରାପ୍ତ ହୋଇଛି ଟେଲିଫୋନ୍ ସେବା। ଶୀଘ୍ର ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଆହୁରି ଦୁଇ ତିନି ଦିନ ସମୟ ଲାଗିପାରେ ବୋଲି କହିଛନ୍ତି BSNL ବଜ୍ରକବାଟି ଶାଖାର ମହାପ୍ରବନ୍ଧକ ହରିଶ୍ଚନ୍ଦ୍ର ମହାନ୍ତି। ହେଲେ ଦୂର ଜିଲ୍ଲାମାନେ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହେବେ। କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ମୋବାଇଲ ସେବା ବନ୍ଦ ରହିଛି। ଗତ ଶୁକ୍ରବାର ବଜ୍ରକବାଟୀ ସ୍ଥିତ ବିଏସଏନଏଲ ଅଫିସର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ସହରରେ BSNL ମୋବାଇଲ ସେବା ଅଚଳ ହୋଇପଡିଛି । ବଜ୍ରକବାଟି ଶାଖାର ମହାପ୍ରବନ୍ଧକ ହରିଶ୍ଚନ୍ଦ୍ର ମହାନ୍ତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ସତ୍ୟବ୍ରତ ସାମଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.