ଆମିର ତନୟା ଇରାଙ୍କ ଫଟୋ ଭାଇରାଲ, ବୋଲ୍ଡନେସ ମାମଲାରେ ବଲିଉଡ ହିରୋଇନକୁ ଦେଉଛନ୍ତି ମାତ୍‌

ଆମିର ତନୟା ଇରା ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ରଖିସାରିଲେ। ଏବେ ଏକ ସିରିଅଲର ନିର୍ଦ୍ଦେଶନା ଦେଉଛନ୍ତି ଇରା। ଏହାଛଡା ମଡେଲିଂ ଇଣ୍ଡଷ୍ଟ୍ରୀରେ ମଧ୍ୟ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ଥର ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଇରା ପୁଣି ଏକ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋକୁ ଇରା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଇରାଙ୍କ ଏହି ଫଟୋ ଦେଖିଲେ ଆପଣଙ୍କ ହୋସ୍‌ ମଧ୍ୟ ଉଡିଯିବ। ଇରାଙ୍କ ଏହି ଫଟୋଶୁଟ୍‌ ବଲିଉଡ ଇଣ୍ଡଷ୍ଟ୍ରୀରେ ବଡ ବଡ ହିରୋଇନକୁ ମାତ ଦେବ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

88

 

ଫଟୋରେ ଇରା ରେଡ ଡ୍ରେସ ସାଙ୍ଗକୁ ଡାର୍କ ମେକଅପ୍‌ ତାଙ୍କ ଷ୍ଟାଇଲକୁ ଆଉ ଦ୍ୱିଗୁଣିତ କରୁଛି। ଫଟୋକୁ ସେୟାର କରି ଇରା ଲେଖିଛନ୍ତି ‘Saturday Night Vibe’ । ଇରା କେବେ ବି ଅଭିନୟରେ ରୁଚି ରଖିନାହାନ୍ତି। ଫିଲ୍ମ ମେକିଂରେ ନିଜର କ୍ୟାରିଅର କରିବାକୁ ଚାହୁଁଛନ୍ତି। ଇରା ଯେଉଁ ନାଟକର ନିର୍ଦ୍ଦେଶନା କରୁଛନ୍ତି ସେଥିରେ ମୁଖ୍ୟ ଭୂମିକାରେ ଯୁବରାଜ ସିଂଙ୍କ ପତ୍ନୀ ହେଜଲ କିଚ ରହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଇରା ଏପରି ଅନେକ ଫଟୋଶୁଟକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି।

ଏହାସହ ପଢନ୍ତୁ ; ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଧୁମ ମଚାଉଛି ଫିଲ୍ମ ‘ଓ୍ଵାର’ର ଦ୍ଵିତୀୟ ଗୀତ ‘ଜୟ ଜୟ ଶିବ ଶଙ୍କର’