କୁଆଖାଇ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନାଁ କିଏ ହତ୍ୟା କରିଛି ତାହା ଅସ୍ପଷ୍ଟ

ଭୁବନେଶ୍ବର (କେନ୍ୟୁଜ୍) : କୁଆଖାଇ ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭାସୁଥିବା ଅବସ୍ଥାରେ ବାଙ୍କୁଆଲ ଗାଁ ନିକଟରେ ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ନେଇ ବାଲିଅନ୍ତା ପୋଲିସକୁ ଖବର ଦିଆଯାଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଆତ୍ମହତ୍ୟା ନାଁ କିଏ ହତ୍ୟା କରି ନଦୀରେ ପକାଇ ଦେଇଛି, ସେନେଇ ପୋଲିସ ତଦନ୍ତ ପରେ ଜଣାପଡ଼ିବ ।