Below header

ଏବେ ମାସ୍କ ନପିନ୍ଧିଲେ ବିନା ଓ୍ଵାରେଣ୍ଟରେ ହୋଇପାରନ୍ତି ଗିରଫ୍, ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ଦଣ୍ଡ

ଦିଲ୍ଲୀ ଭଳି କେତେକ ସ୍ଥାନରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ସଫା ରଖିବା ସହ ସାମାଜିକ ଦୂରତା ପାଳନ କରିବା ପାଇଁ ନିବେଦନ କରିଛନ୍ତି। ଏହାବ୍ୟତୀତ ଲୋକ ଅବହେଳା କରି ମାସ୍କ ପିନ୍ଧୁ ନଥିବାରୁ ସରକାର ଲୋକଙ୍କ ଉପରେ ଜୋରିମାନା ରାଶି ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ତେବେ ଜାଣନ୍ତୁ କେଉଁ ରାଜ୍ୟରେ କେତେ ଟଙ୍କା ଜୋରିମାନା ବୃଦ୍ଧି କରାଯାଇଛି ଏହି ନିୟମ ଉଲଂଘନକାରୀଙ୍କ ପାଇଁ ।

mask1ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ବୁଧୁବାର ଦିନ ମାସ୍କ କିମ୍ବା ଫେସ୍ କଭର ନପିନ୍ଧୁଥିବା ବ୍ୟକ୍ତିଙ୍କ ଉପରେ ୧ହଜାର ଟଙ୍କା ଜୋରିମନା ନିଷ୍ପତ୍ତି କରାଯାଇଥିଲା। କିନ୍ତୁ ଏହାକୁ ବର୍ତ୍ତମାନ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ବିଚାର କରୁଛନ୍ତି । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଏଏସ୍‌ପି କହିଛନ୍ତି, ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ ବୁଲୁଥିବାର ଦେଖାଯାଏ ତେବେ ତାଙ୍କୁ ବିନା ଓ୍ଵାରେଣ୍ଟରେ ଆରେଷ୍ଟ କରାଯିବ। ଏଥିସହ ଉକ୍ତ ବ୍ୟକ୍ତିଙ୍କୁ ୮ ଦିନ ପର୍ଯ୍ୟନ୍ତ ପୋଲିସ ହେପାଜରେ ରଖିବା ସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯିବ।

ସେହିଭଳି ଗତ ସପ୍ତାହରେ ଦିଲ୍ଲୀରେ ମାସ୍କ ନପିନ୍ଧିବାକୁ ନେଇ ୫୦୦ ଟଙ୍କା ପରିବର୍ତ୍ତେ ୨ ହଜାର ଟଙ୍କା ଜୋରିମାନା ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଏବଂ ସାମାଜିକ ଦୂରତା ପାଳନ ନକଲେ ମଧ୍ୟ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ଉତ୍ତର ପ୍ରଦେଶରେ ମଧ୍ୟ ମାସ୍କ ନପିନ୍ଧିବାକୁ ନେଇ ୫୦୦ଟଙ୍କା, ହରିୟାଣାର ଗୁରୁଗ୍ରାମରେ ମାସ୍କ ନପିନ୍ଧିବାକୁ ନେଇ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଅନ୍ୟପଟେ ପଞ୍ଜାବରେ ମାସ୍କ ନପିନ୍ଧିବାକୁ ନେଇ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ପ୍ରଥମେ ଏହି ରାଶି ୨୦୦ ଟଙ୍କା ଥିବା ବେଳେ ଏବେ ୫୦୦ ଟଙ୍କା କରାଯାଇଛି।

mask2ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସହରରେ ଜୋରିମାନା ଅଲଗା ଅଲଗା ରଖାଯାଇଛି। ବିଏମ୍‌ସି ମୁତାବକ, ମୁମ୍ବାଇରେ ସାର୍ବଜନିକ ସ୍ଥାନରେ ମାସ୍କ କିମ୍ବା ଫେସ୍ କଭର ନପିନ୍ଧିଥିବା ଲୋକଙ୍କ ଉପରେ ୨୦୦ଟଙ୍କା ଫାଇନ୍ ଲାଗୁ କରାଯାଇଛି। ସେହିଭଳି ପୁଣେରେ ୫୦୦ ଟଙ୍କା ଏବଂ ପୁଣେର ସାର୍ବଜନିକ ସ୍ଥାନରେ ଛେପ ପକାଇବା ବ୍ୟକ୍ତିଙ୍କ ଉପରେ ୧ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଇଛି। ଗୁଜୁରାଟରେ ମଧ୍ୟ ମାସ୍କ ନପିନ୍ଧିବାକୁ ନେଇ ୧ହଜାର ଟଙ୍କା ଦାବି କରାଯାଇଛି ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.