ଚାଉଳ ଭିତରୁ ୪ ଲକ୍ଷ ଟଙ୍କା ଜବତ, ବେଙ୍ଗାଲୁରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି କରିଥିବା ଯୁବକକୁ ଖଇରାରୁ ଧରିଲା ପୋଲିସ୍

ସୋର: ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି ଅଭିଯୋଗରେ ବାଲେଶ୍ୱର ସିମୁଳିଆ ବାଲିଖଣ୍ଡ ଅଞ୍ଚଳର ଜଣେ ଯୁବକ ଗିରଫ । ସିମୁଳିଆ ପୋଲିସ ସହାୟତାରେ ବେଙ୍ଗାଲୁରୁ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ସିମୁଳିଆର ବିଶ୍ୱମିତ୍ର ଆଚାର୍ଯ୍ୟ ବେଙ୍ଗାଲୁରୁରେ ରହି ଜୟନ୍ତ ରାଉତଙ୍କ ଔଷଧ ଦୋକାନରେ କାମ କରିଆସୁଥିଲେ ।

କିଛି ଦିନ ତଳେ ବିଶ୍ୱମିତ୍ର ଜୟନ୍ତଙ୍କ ଝିଅକୁ ମାଡ଼ ମାରିବା ସହିତ, ତାଙ୍କ ଘରୁ ୨୦ଲକ୍ଷ ଟଙ୍କା, ଦୁଇଟି ସୁନା ଚେନ୍, ଗୋଟିଏ ମୁଦି ଚୋରି କରି ହାଇଦ୍ରାବାଦ ଚାଲିଯାଇଥିଲା । ସେଠାରେ ନିଜ ସାଙ୍ଗ ସହ ରହି କିଛି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି । ତେବେ ଗତକାଲି ବେଙ୍ଗାଲୁରୁ ପୋଲିସ ସିମୁଳିଆକୁ ଆସି ପୋଲିସ ସହାୟତାରେ ବହୁତ ଖୋଜାଖୋଜି କରି ବିଶ୍ୱମିତ୍ରକୁ ଖଇରା ଅଞ୍ଚଳରୁ ତାର ସମ୍ପର୍କୀୟ ଭଉଣୀ ଘରୁ ଗିରଫ କରିଛି । ଏହାସହିତ ଚାଉଳ ଭିତରରୁ ୪ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.