ଲଞ୍ଚ୍‌ ହେଲା ଦୁନିଆର ସବୁଠାରୁ ମହଙ୍ଗା ବ୍ଯାଗ୍ , ଯେଉଁଥିରେ ରହିଛି ୧୩୦ କ୍ଯାରେଟ ହୀରା ଏବଂ ୧୦ଟି ସୁନା ପ୍ରଜାପତି

ଇଟାଲିର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ ଦୁନିଆର ସବୁଠାରୁ ମହଙ୍ଗା ବ୍ଯାଗ୍ ତିଆରି କରିଛି। ଏହି ବ୍ଯାଗ୍ କୁ ନିକଟରେ ଲଞ୍ଚ କରିଛି କମ୍ପାନୀ । ଯାହାର ମୂଲ୍ଯ ରହିଛି ୫୩ କୋଟି ଟଙ୍କା । ଆପଣ ଭାବୁଥିବେ ଏମିତି କ’ଣ ଅଛି ଏହି ବ୍ଯାଗରେ ଯେ, ଯାହାର ମୂଲ୍ଯ ୫୩ କୋଟି । ଏହି ବ୍ଯାଗ୍ ସମୁଦ୍ରକୁ ପ୍ରଦୂଷଣରୁ ରକ୍ଷା କରିବା ନେଇ ସଚେତନତା ଅଭିଯାନ ସୃଷ୍ଟି କରିବ ।

ବିଳାସପୂର୍ଣ୍ଣ ଇଟାଲିଆନ୍ ବ୍ରାଣ୍ଡ ବୋରିନୀ ମିଲନେସୀ ପାଖାପାଖି ୬ ମିଲିୟନ ୟୁରୋ(୫୩ କୋଟି ଟଙ୍କା) ଖର୍ଚ୍ଚ କରି ଏହି ବ୍ଯାଗକୁ ଲଞ୍ଚ୍ କରିଛି। ଚକମକ୍ ଦେଖାଯାଉଥିବା ଏହି ବ୍ଯାଗ୍ ରେ ୧୩୦ କ୍ଯାରେଟର ହୀରା ଏବଂ ୧୦ଟି ସୁନାର ପ୍ରଜାପତି ଯୋଡା ଯାଇଛି। ସମୁଦ୍ର ପ୍ରଦୂଷଣ ବିଷୟରେ ସଚେତନତା ବଢାଇବା ପାଇଁ ବ୍ଯାଗକୁ ପ୍ରସ୍ତୁତ କରାଯାଇଛି।

bag

ବୋରିନୀ ମିଲନେସୀ ଜାରି କରିଥିବା ଏକ ବୟାନରେ କହିଛି କି, ସମୁଦ୍ରକୁ ରକ୍ଷା ଏବଂ ପ୍ରଦୂଷଣ ମୁକ୍ତ ନେଇ ସଚେତନତା କରିବା ପାଇଁ ଏହି ବ୍ଯାଗକୁ ଲଞ୍ଚ୍ କରାଯାଇଛି। ଏହି ବ୍ଯାଗ୍ ବିକ୍ରି ହେବା ପରେ ଏଥିରୁ ଆୟ ୮୦୦ ହଜାର ୟୁରୋ ସମୁଦ୍ର ସଫେଇ ପାଇଁ ଦାନ କରାଯିବ। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓ ମାଧ୍ୟମରେ ଏହି ବ୍ଯାଗର ଡିଜାଇନ ଏବଂ ସୈାନ୍ଦର୍ଯ୍ୟ ଆପଣ ଦେଖିପାରିବେ। ନୀଳ ଦେଖାଯାଉଥିବା ଏହି ବ୍ଯାଗରେ ସୁନାରେ ତିଆରି ହୋଇଥିବା ପ୍ରଜାପତି ଲଗାଯାଇଛି। ଏହି ବ୍ଯାଗ୍କୁ ବନ୍ଦ କରିବା ପାଇଁ ଏକ ହୁକ୍ ମଧ୍ୟ ଲଗାଯାଇଛି।

 

View this post on Instagram

 

A post shared by Lottie Poppye (@lottiepoppye)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.