ଫନିରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଓଡ଼ିଶାକୁ ଜାତିସଂଘର ପ୍ରଶଂସା

ଓଡ଼ିଶାକୁ ମିଳିତ ଜାତିସଂଘର ପ୍ରଶଂସା। ବାତ୍ୟା ଫନି ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣକୁ ନେଇ ପ୍ରଶଂସା କରାଯାଇଛି। ଜାତିସଂଘ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସନୀୟ କହିଛି। ଏହା ସହ ଓଡ଼ିଶା ଜନସାଧାରଣଙ୍କ ସହ ଆମେ ରହିଛୁ ଓ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛି ଜାତିସଂଘ। ଏପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିତ ଜାତିସଂଘ ପକ୍ଷରୁ ଚିଠି ଆସିଛି। ଭାରତରେ ଅବସ୍ଥାପିତ ଆବାସିକ ସଂଯୋଜକ ୟସ୍ମିନ ଅଲ୍ଲୀ ହକ୍‌ଙ୍କ ପକ୍ଷରୁ ଏନେଇ ଚିଠିରେ ସହାୟତା ପାଇଁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.