Below header

ଉତ୍ତର ପ୍ରଦେଶରେ ଥରେ କମାଣ ଗର୍ଜିଲେ ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ : ଯୋଗୀ ଆଦିତ୍ୟନାଥ

ଏଠାରେ ନିର୍ମିତ କମାଣ ଥରେ ଗର୍ଜିଲେ ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ଉଭେଇ ଯିବ । ରାଜ୍ୟରେ ନିର୍ମିତ ହେବାକୁ ଥିବା ପ୍ରତିରକ୍ଷା କରିଡର ନିର୍ମାଣ ଅବସରରେ ଏକଥା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ । ବାନ୍ଦାରେ ଅନୁଷ୍ଠିତ ‘କାଲିଞ୍ଜର ଉତ୍ସବ’ ରେ ଯୋଗଦେଇ ଏକଥା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଲକ୍ଷ୍ନୌ : ଏଠାରେ ନିର୍ମିତ କମାଣ ଥରେ ଗର୍ଜିଲେ ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ଉଭେଇ ଯିବ । ରାଜ୍ୟରେ ନିର୍ମିତ ହେବାକୁ ଥିବା ପ୍ରତିରକ୍ଷା କରିଡର ନିର୍ମାଣ ଅବସରରେ ଏକଥା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ । ବାନ୍ଦାରେ ଅନୁଷ୍ଠିତ ‘କାଲିଞ୍ଜର ଉତ୍ସବ’ ରେ ଯୋଗଦେଇ ଏକଥା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଂଚଳ ଚିତ୍ରକୂଟ, ବାନ୍ଦା, ଝାନସୀ, ଜାଲୁନ, ହମିରପୁର, ମାହୋବା ଏବଂ ଲଳିତପୁରକୁ ଆଦି ୭ ଟି ଜିଲ୍ଲାକୁ ନେଇ ଗଠିତ । ଏହି ଅଂଚଳର ସଂଯୋଗ ଓ ବିକାଶ ପାଇଁ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ତିଆରି ହୋଇଛି । ଫଳରେ ଏବେ ଦିଲ୍ଲୀ ଓ ଚିତ୍ରକୂଟ ମଧ୍ୟରେ ଯାତ୍ରା ସମୟ ସାଢ଼େ ୫ ଘଣ୍ଟା ହ୍ରାସ ପାଇଛି ।

ଚିତ୍ରକୂଟ ଖୁବ ଶୀଘ୍ର ଏକ ଏୟାରପୋର୍ଟ ଦେଖିବାକୁ ଯାଉଛି । ଥରେ ଏଠାରେ ଡିଫେନ୍ସ କରିଡର ନିର୍ମାଣ ହୋଇଯାଉ, ଏଠାରେ ନିର୍ମିତ କମାଣ ଗର୍ଜିଲେ ପାକିସ୍ତାନ ଆପେ ଆପେ ବିଶ୍ୱ ମାନଚିତ୍ରରୁ ଉଭେଇ ଯିବ । ଉତ୍ତର ପ୍ରଦେଶର ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡର ଦେଶର ଏକ ଉତ୍ସାହଜନକ ପ୍ରୋଜେକ୍ଟ । ଏହା ଆରମ୍ଭ ହେବା ପରେ ଦେଶର ଡିଫେନ୍ସ ସେକ୍ଟରକୁ ଆଉ ବିଦେଶ ଉପରେ ନିର୍ଭର କରବାକୁ ପଡିବନି ।

ସମାଜବାଦି ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ଲକ୍ଷ୍ୟ କରି ଶ୍ରୀ ଯୋଗୀ କହିଥିଲେ ଏଠାରେ ବହୁ ଆଗରୁ ପାଣି ପହଞ୍ଚି ପାରିଥାନ୍ତା । କିନ୍ତୁ ପରିବାରବାଦୀ ଓ ଜାତିବାଦୀ ନେତାଙ୍କ ଅନିଚ୍ଛା କାରଣରୁ ଏହା ସମ୍ଭବ ହୋଇ ନଥିଲା । ଫଳରେ ଏଠାକାର ମା’ ଭଉଣୀମାନଙ୍କୁ ଦୀର୍ଘ ୫ କିଲୋମିଟର ଯାଏ ପାଣି ପାଇଁ ଯିବାକୁ ପଡୁଥିଲା । ଏବେ ଘରେ ଘରେ ନଳ ଓ ଘରେ ଘରେ ଜଳ ଦିଆଯାଇଛି । ଏଠାକାର ଯୁବକଙ୍କୁ ଚାକିରି ପାଇଁ ବାହାରକୁ ଯବାକୁ ପଡିବନି । ସେମାନଙ୍କର ଫସଲ ପାଇଁ କୃଷକଙ୍କୁ ଭଲ ପଇସା ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.