କେଦାରନାଥ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ବାବାଙ୍କ କପାଟ ଖୋଲିବା ପାଇଁ ଦିନ ଏବଂ ସମୟ ହେଲା ଧାର୍ଯ୍ୟ

କେଦାରନାଥ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏପ୍ରିଲ ୨୫ରେ ଖୋଲିବ ବାବାଙ୍କ କପାଟ । ଏପ୍ରିଲ ୨୫ ସକାଳ ୬.୧୦ ମିନିଟ ସମୟରେ ବାବାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ବାବା କେଦାରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏପ୍ରିଲ ୨୫ ତାରିଖରୁ ବାବାଙ୍କ କପାଟ ଖୋଲିବା ନେଇ ଲଗ୍ନ ଧାର୍ଯ୍ୟ କରାଯାଇଛି । ମହାଶିବରାତ୍ରି ଶୁଭ ଅବସରରେ ଓଁକାରେଶ୍ୱର ମନ୍ଦିରର ଆଚାର୍ଯ୍ୟଗଣଙ୍କ ସମ୍ମୁଖରେ ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଛି । ସେହିପରି ବଦ୍ରିନାଥ କପାଟ ଏପ୍ରିଲ ୨୭ରୁ ଖୋଲିବାକୁ ଥିବା ବେଳେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ କପାଟ ୨୨ ଏପ୍ରିଲରୁ ଖୋଲିବ ବୋଲ ସୂଚନା ମିଳିଛି ।

ମହାଶିବରାତ୍ରି ଅବସରରେ ଓଁକାରେଶ୍ୱର ମନ୍ଦିରରେ ସକାଳ ୯ ଟା ସମୟରେ ପୂଜାର୍ଚ୍ଚନା କରିବା ପରେ ଘୋଷଣା କରାଯାଇଥିଲା । ବଦ୍ରି-କେଦାର ମନ୍ଦିର ସମିତିର ବେଦପୀଠ, ଆଚାର୍ଯ୍ୟ ଏବଂ ଅନ୍ୟ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରର ପୂଜାର୍ଚ୍ଚନା କରିବା ପରେ ସୂଚନା ଦିଆଯାଇଥିଲା । ପଞ୍ଚାଙ୍ଗ ଅନୁସାରେ, ୨୫ ଏପ୍ରିଲ ସକାଳ ୬ଟା ୨୦ ମିନିଟରେ ମନ୍ଦିର କପାଟଯ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ୨୧ ଏପ୍ରିଲରେ ଓଁକାରେଶ୍ୱର ମନ୍ଦିରରୁ ପ୍ରସ୍ଥାନ କରି ରାତ୍ରିରେ ବିଶ୍ରାମ ପାଇଁ ଗୁପ୍ତକାଶୀ, ୨୨ ଫାଟା, ୨୩ ଓ ୨୪ ଗୌରୀ କୁଣ୍ଡ, ହୋଇ ୨୫ ଏପ୍ରିଲ କେଦାରନାଥ କପାଟ ଖୋଲିଦିଆଯିବ ।

ସେହିପରି ବ୍ରଦିନାଥ ଧାମ ୨୭ ଏପ୍ରିଲରେ ଖୋଲିବ । ୨୭ ଏପ୍ରିଲ ସକଳ ୭.୧୦ ମିନିଟରେ ମନ୍ଦିର କପାଟ ଖୋଲିବ । ବଦ୍ରିନାଥ କପାଟ ଖୋଲିବା ସମୟ ଧାର୍ଯ୍ୟ ବସନ୍ତ ପଞ୍ଚମୀରେ କରାଯାଇଥିଲା ।

ହିନ୍ଦୁ ମାନଙ୍କ ପ୍ରମୁଖ ତୀର୍ଥ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ । ଉତ୍ତରାଖଣ୍ଡରେ ଏହାର ଅବସ୍ଥିତି ହୋଇଥିବାବେଳେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭାରତର ବିଭିନ୍ନ ରାଜ୍ୟରୁ ଶିବ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି । ଭୂପୃଷ୍ଠରୁ ଅତି ଉଚ୍ଚରେ ଏହାର ଅବସ୍ଥିତି ହୋଇଥିବାରୁ ବଦଳୁଥିବା ପାଣିପାଗକୁ ଧ୍ୟାନରେ ରଖି ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ଷରେ ମାତ୍ର ୬ ମାସ ପାଇଁ ମନ୍ଦିର ଖୋଲାଯାଇଥାଏ । ଏପ୍ରିଲରୁ ନଭେମ୍ବର ମାସ ଯାଏଁ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଥାଏ । ଏହା ବ୍ୟତୀତ ଅନ୍ୟ ସମୟରେ ଅତ୍ୟଧିକ ବରଫାବୃଷ୍ଟି କାରଣରୁ ସାଧାରଣ ଦର୍ଶନ ପାଇଁ ଦ୍ୱାର ବନ୍ଦ ରଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.